ଓଡ଼ିଶାଲାଇଭ୍ ବ୍ୟୁରୋ

ପ୍ରସିଦ୍ଧ କମେଡିଆନ୍ ଭାରତୀ ସିଂହଙ୍କ ପରେ ଆଜି ତାଙ୍କ ସ୍ଵାମୀ ହର୍ଷ ଲିମ୍ବାଚିଆଙ୍କୁ ବି ଗିରଫ କରିଛି ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ (ଏନ୍‌ସିବି)। ଡ୍ରଗ୍ସ ଲିଙ୍କ୍ ମାମଲାରେ ଦୀର୍ଘ ୧୫ ଘଣ୍ଟା ଧରି ଜେରା କରିବା ପରେ ହର୍ଷଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି। ଗତକାଲି ସନ୍ଧ୍ୟାରେ ଏନ୍‌ସିବି ଭାରତୀଙ୍କୁ ଗିରଫ କରିଥିଲା।

ଶନିବାର ଏହି ଦମ୍ପତିଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଏନ୍‌ସିବି ଚଢ଼ାଉ କରିବା ପରେ ୮୬.୫ ଗ୍ରାମର ଗଞ୍ଜେଇ ଜବତ କରିଥିଲା। ତେଣୁ ତୁରନ୍ତ ଉଭୟଙ୍କୁ ସମନ୍ ଜାରି କରାଯାଇଥିଲା। ଏହାପରେ ଭାରତୀ ଓ ହର୍ଷ ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେମାନଙ୍କୁ ଜେରା କରାଯାଇଥିଲା। ଜେରା ବେଳେ ଉଭୟ ଡ୍ରଗ୍ସ ସେବନ କରୁଥିବା ସ୍ଵୀକାର କରିଥିଲେ।

ଏହାପରେ ଗତକାଲି ଭାରତୀଙ୍କୁ ଗିରଫ କରାଯାଇ ରାତିସାରା ଏନ୍‌ସିବି କାର୍ଯ୍ୟାଳୟରେ ରଖାଯାଇଥିଲା। ରାତିରେ ଭାରତୀଙ୍କ ମା’ ତାଙ୍କୁ ଦେଖା କରିବାକୁ ଯାଇଥିଲେ ମଧ୍ୟ ଅନୁମତି ମିଳିନଥିଲା। ଆଜି ଭାରତୀଙ୍କୁ କୋର୍ଟ ଚାଲାଣ କରାଯିବା ପରେ ପରବର୍ତ୍ତୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ମିଳିଛି।

Comment