ଓଡ଼ିଶାଲାଇଭ୍ ବ୍ୟୁରୋ

ଲୋକପ୍ରିୟ ହାସ୍ୟ ଅଭିନେତ୍ରୀ ଭାରତୀ ସିଂହ ଓ ତାଙ୍କ ସ୍ଵାମୀ ହର୍ଷ ଲିମ୍ବାଚିୟାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି। ଡ୍ରଗ୍ସ ମାମଲାର ଶୁଣାଣି କରି ଆଜି ଉଭୟଙ୍କୁ ମୁମ୍ବାଇ କିଲା କୋର୍ଟ ୧୪ ଦିନ ପାଇଁ ବିଚାର ବଭାଗୀୟ ହାଜତକୁ ପଠାଇ ଦେଇଛନ୍ତି। ଆସନ୍ତା ଡିସେମ୍ବର ୪ ତାରିଖରେ ସେମାନଙ୍କ ଜାମିନ୍ ଆବେଦନର ଶୁଣାଣି ହେବ ବୋଲି ସୂଚନା ମିଳିଛି।

ଶନିବାର ଏହି ଦମ୍ପତିଙ୍କ କାର୍ଯ୍ୟାଳୟ ଓ ବାସଭବନରେ ଏନ୍‌ସିବି ଚଢ଼ାଉ କରିବା ପରେ ୮୬.୫ ଗ୍ରାମର ଗଞ୍ଜେଇ ଜବତ କରିଥିଲା। ତେଣୁ ତୁରନ୍ତ ଉଭୟଙ୍କୁ ସମନ୍ ଜାରି କରାଯାଇଥିଲା। ଏହାପରେ ଭାରତୀ ଓ ହର୍ଷ ଏନ୍‌ସିବି କାର୍ଯ୍ୟାଳୟରେ ପହଞ୍ଚିବା ପରେ ସେମାନଙ୍କୁ ଜେରା କରାଯାଇଥିଲା। ଜେରା ବେଳେ ଉଭୟ ଡ୍ରଗ୍ସ ସେବନ କରୁଥିବା ସ୍ଵୀକାର କରିଥିଲେ।

ତେଣୁ ଗତକାଲି ସନ୍ଧ୍ୟାରେ ଭାରତୀଙ୍କୁ ଏନ୍‌ସିବି ଗିରଫ କରିଥିଲା। ଏଥିସହ ଦୀର୍ଘ ୧୫ ଘଣ୍ଟା ଧରି ଜେରାର ସମ୍ମୁଖୀନ ହେବା ପରେ ହର୍ଷ ମଧ୍ୟ ଆଜି ଗିରଫ ହୋଇଥିଲେ। ଗିରଫ ପରେ ଉଭୟଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଥିଲା। ଏହି ମାମଲାର ବିଚାର କରି କୋର୍ଟ ସେମାନଙ୍କୁ ଡିସେମ୍ବର ୪ ତାରିଖ ଯାଏଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

Comment