ଓଡ଼ିଶାଲାଇଭ୍ ବ୍ୟୁରୋ

ଶରୀରକୁ ସୁସ୍ଥ ରଖିବାକୁ ହେଲେ ଆମକୁ ପ୍ରଥମେ ସଠିକ୍ ଖାଦ୍ୟ ଶୈଳୀ ଆପଣେଇବାକୁ ପଡ଼ିବ। ଖାଦ୍ୟ ଖାଇବାର ଏକ ନିର୍ଦ୍ଦିଷ୍ଟ ନିୟମ ରହିଛି। ତାହାକୁ ନ ମାନିଲେ ଶରୀର ଅସୁସ୍ଥ ହୋଇଥାଏ। ଏଭଳି କିଛି ଖାଦ୍ୟ ଅଛି ଯାହାକୁ ଏକାଠି ଖାଇଲେ ଗ୍ୟାଷ୍ଟ୍ରିକ୍, ବଦହଜମି ପରି ସମସ୍ୟା ଦେଖାଦେଇଥାଏ। ତେଣୁ କେଉଁ କେଉଁ ଖାଦ୍ୟକୁ ଏକାଠି ଖାଇବା ଅନୁଚିତ ତାହା ଜାଣି ରଖିବା ଆବଶ୍ୟକ।

କ୍ଷୀର ଓ ଷ୍ଟାର୍ଚଯୁକ୍ତ ଖାଦ୍ୟ

ସାଧାରଣତଃ କ୍ଷୀରଜାତ ଖାଦ୍ୟ ହଜମ ହେବାକୁ ଅଧିକ ସମୟ ଲାଗିଥାଏ। ଆଉ ଯଦି ଏଭଳି ଖାଦ୍ୟ ସହ ପାଉଁରୁଟି, କେକ୍ ପରି ଷ୍ଟାର୍ଚଯୁକ୍ତ ଖାଦ୍ୟ ଖିଆଯାଏ ତେବେ ତାହା ହଜମ ହେବାକୁ ଆହୁରି ଅଧିକ ସମୟ ନେଇଥାଏ। ଫଳରେ ଗ୍ୟାସ୍ ଓ ବଦହଜମି ସମସ୍ୟା ଦେଖାଦିଏ।ଅମ୍ଳଜାତୀୟ ଫଳ ଓ ଷ୍ଟାର୍ଚ

ଲେମ୍ବୁ, କମଳା ଆଦି ଅମ୍ଳଜାତୀୟ ଫଳକୁ ଷ୍ଟାର୍ଚଯୁକ୍ତ ଖାଦ୍ୟ ସହ ଏକାଠି ଖାଆନ୍ତୁ ନାହିଁ। ଏହାଦ୍ଵାରା ପାଚନକ୍ରିୟା ପ୍ରଭାବିତ ହୁଏ ଏବଂ ଗ୍ୟାଷ୍ଟ୍ରିକ୍ ସମସ୍ୟା ହୋଇଥାଏ।

ଚିନି ଓ ପାଉଁରୁଟି

ସାଧାରଣତଃ ଲୋକମାନେ ଜାମ୍, ଜେଲି ସହ ପାଉଁରୁଟି ଖାଇଥାନ୍ତି। କିନ୍ତୁ ଷ୍ଟାର୍ଚ ଓ ମିଠାକୁ ଏକା ସହ ଖାଇବା ଦ୍ଵାରା ଗ୍ୟାଷ୍ଟ୍ରିକ ହୋଇଥାଏ।

ବିନ୍ସ ଓ ପନିର

ପନିର କିମ୍ବା ଚିଜ୍ ସହିତ ବିନ୍ସ ଖାଆନ୍ତୁ ନାହିଁ। ନଚେତ୍ ଗ୍ୟାଷ୍ଟ୍ରିକ୍ ସମସ୍ୟା ଭୋଗିପାରନ୍ତି।ପରିବା ଓ ଫଳ

ପନିପରିବା ଓ ଫଳ ଆମ ଶରୀର ପାଇଁ ସବୁବେଳେ ହିତକାରୀ। କିନ୍ତୁ ପରିବା ଓ ଫଳକୁ ଏକାଠି ଖାଇବା ଦ୍ଵାରା ବଦହଜମି ହୋଇଥାଏ।

ମାଂସ ଓ ଆଳୁ

ଲୋକମାନେ ପ୍ରାୟତଃ ମାଂସ ସହ ଆଳୁ ଖାଇଥାନ୍ତି। କିନ୍ତୁ ଏହି ଖାଦ୍ୟାଭ୍ୟାସ ଗ୍ୟାଷ୍ଟ୍ରିକ୍ ସମସ୍ୟା ସୃଷ୍ଟି କରିଥାଏ। କାରଣ ଆଳୁରେ ଥିବା ପ୍ରୋଟିନ ଓ ମାଂସରେ ଥିବା କାର୍ବୋହାଇଡ୍ରେଟ୍ ଏକ ସହ ଖାଇଲେ ଗ୍ୟାଷ୍ଟ୍ରିକ୍ ସହିତ ଅନ୍ୟାନ୍ୟ ପେଟ ସମସ୍ୟା ଦେଖାଦିଏ।

ଭୋଜନ ପରେ ଫଳ ଖାଇଲେ

ଫଳ ଖାଇବା ସ୍ଵାସ୍ଥ୍ୟ ପାଇଁ ବହୁତ ଭଲ। କିନ୍ତୁ ଯଦି ଅନ୍ୟ କୌଣସି ଖାଦ୍ୟ ଖାଇବା ପରେ ସାଙ୍ଗେ ସାଙ୍ଗେ ଫଳ ଖାଆନ୍ତି ତେବେ ତାହା ଶରୀର ପାଇଁ କ୍ଷତିକାରକ ହୋଇଥାଏ। କାରଣ ଭୋଜନ ପରେ ଫଳ ଖାଇଲେ ଏହା ଖାଦ୍ୟର ଅବଶୋଷଣ ଓ ପାଚନ କ୍ରିୟାକୁ ବନ୍ଦ କରିଦିଏ। ଫଳରେ ଅଧିକ ମାତ୍ରାରେ ଫାଇବର ରହୁଥିବାରୁ ପାଚନ କ୍ରିୟା ଗଭୀର ଭାବେ ପ୍ରଭାବିତ ହୁଏ। ଏହାଦ୍ଵାରା ଗ୍ୟାଷ୍ଟ୍ରିକ୍ ଓ ବଦହଜମି ସମସ୍ୟା ସୃଷ୍ଟି ହୋଇଥାଏ।

ଖାଇବା ପରେ ତରଳ ପଦାର୍ଥ ପିଇଲେ

ଖାଦ୍ୟ ଖାଇବା ପରେ ସାଙ୍ଗେ ସାଙ୍ଗେ ପାଣି କିମ୍ବା ଅନ୍ୟ କୌଣସି ତରଳ ପଦାର୍ଥ ପିଇବା ଦ୍ଵାରା ପାଚନ କ୍ରିୟା ପ୍ରଭାବିତ ହୋଇଥାଏ। କାରଣ ଏହା ପାଚନ କ୍ରିୟାରେ ସାହାଯ୍ୟ କରୁଥିବା ଏନ୍‌ଜାଇମ୍‌କୁ ପତଳା କରିଦିଏ। ତେଣୁ ଖାଦ୍ୟ ଖାଇବାର କିଛି ସମୟ ପରେ କୌଣସି ପାନୀୟ ପିଅନ୍ତୁ।

Comment