ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କମେଡିର ଡବଲ୍‌ ଡୋଜ୍‌ ନେଇ ‘କୁଲି ନମ୍ବର ଓ୍ୱାନ’ରେ ପରଦାକୁ ଫେରୁଛନ୍ତି ବଲିଉଡ ଅଭିନେତା ବରୁଣ ଧଓ୍ୱନ ଓ ଅଭିନେତ୍ରୀ ସାରା ଅଲ୍ଲୀ ଖାନ। ଶନିବାର ଏହି ଫିଲ୍ମର ଟ୍ରେଲର ରିଲିଜ ହୋଇଛି। ୩ ମିନିଟ ୫ ସେକେଣ୍ଡର ଟ୍ରେଲରରେ ଭୂରପୂର କମେଡି ରହିଛି। ଯାହାକୁ ଦେଖି ଦର୍ଶକ ହସି ହସି ବେଦମ୍‌ ହୋଇଛନ୍ତି। ସୋସିଆଲ ମିଡିଆରେ ଟ୍ରେଲରକୁ ବେଶ୍‌ ଭଲ ରେସପନ୍ସ ମିଳିଛି।

ଟ୍ରେଲରର ଆରମ୍ଭରେ ପରେଶ ରାଓ୍ଵଲ ନିଜ ଝିଅ ସାରା ଅଲ୍ଲୀ ଖାନ୍‌ଙ୍କୁ ଭାରତର ସବୁଠୁ ଧନୀ ବ୍ୟକ୍ତିଙ୍କୁ ବାହା ଦେବାକୁ ଚାହୁଁଥିବା କହୁଛନ୍ତି। ଏଣୁ ସାରାଙ୍କୁ ବିବାହ କରିବାକୁ ବରୁଣ ଧନୀ ହେବାର ନାଟକ କରି ପରେଶଙ୍କୁ ବୋକା ବନାଉଛନ୍ତି। ପରେଶ ମଧ୍ୟ ବରୁଣଙ୍କୁ ଧନୀ ଭାବିଛନ୍ତି। ଏହାରି ମଧ୍ୟରେ ବରୁଣଙ୍କ ଡବଲ ରୋଲ୍‌ ଏଣ୍ଟ୍ରି କରୁଛି। ଏହା ପରେ ଫିଲ୍ମରେ ଟ୍ଵିଷ୍ଟ ଆସିଛି।

ସାରା, ବରୁଣଙ୍କ ବ୍ୟତୀତ ଜନି ଲିଭର, ରାଜପାଲ ଯାଦବ ଓ ଯାଭେଦ ଜାଫରୀ ମଧ୍ୟ ଫିଲ୍ମରେ ଅଛନ୍ତି। ଏହି ଫିଲ୍ମର ନିର୍ଦ୍ଦେଶନା ଦେଉଛନ୍ତି ବରୁଣ ଧଓ୍ଵନଙ୍କ ପିତା ଡେଭିଡ ଧଓ୍ଵନ। ପୂଜା ଏଣ୍ଟରଟେନମେଣ୍ଟ ବ୍ୟାନରରେ ନିର୍ମିତ ଏହି ଫିଲ୍ମଟି ଡିଜିଟାଲ ପ୍ଲାଟଫର୍ମରେ ଡିସେମ୍ବର ୨୫ରେ ରିଲିଜ ହେବ ବୋଲି ଜଣାପଡ଼ିଛି।

Comment