ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ପ୍ରସିଦ୍ଧ ଗାୟକ ଉଦିତ୍ ନାରାୟଣଙ୍କ ପୁଅ ଆଦିତ୍ୟ ନାରାୟଣ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଡିସେମ୍ବର ୧ରେ ନିଜ ପ୍ରେମିକା ତଥା ଅଭିନେତ୍ରୀ ଶ୍ୱେତା ଅଗ୍ରଓ୍ୱାଲଙ୍କୁ ସେ ବିବାହ କରିଛନ୍ତି। ଆଦିତ୍ୟଙ୍କ ବାହାଘର ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି।

ଆଦିତ୍ୟଙ୍କ ବାହାଘରରେ ସବୁଠୁ ଆକର୍ଷଣୀୟ ଥିଲା ତାଙ୍କ ବାପା ଆଦିତ୍ୟ ନାରାୟଣଙ୍କ ଡ୍ୟାନ୍ସ। ପୁଅର ବାହାଘରରେ ଜବରଦସ୍ତ ଠୁମ୍‌କା ଲଗାଇ ସେ ସମସ୍ତଙ୍କୁ ଆକର୍ଷିତ କରିଥିଲେ। ସୋସିଆଲ ମିଡିଆରେ ଏହାର ଭିଡିଓ ମଧ୍ୟ ଭାଇରାଲ ହେଉଛି।

କରୋନା ଯୋଗୁଁ ଆଦିତ୍ୟ ଧୁମଧାମରେ ବାହା ନହୋଇ ଅତି ନିରାଡମ୍ବର ଭାବେ ମନ୍ଦିରରେ ବିବାହ କରିଛନ୍ତି। ଏହି ବିବାହରେ ମାତ୍ର ୫୦ ଜଣ ଅତିଥି ଯୋଗ ଦେଇଥିବା ଜଣାପଡ଼ିଛି।

ଆଦିତ୍ୟ-ଶ୍ୱେତା ପ୍ରାୟ ୧୦ ବର୍ଷ ହେଲା ରିଲେସନସିପ୍‌ରେ ଥିଲେ। ୨୦୧୦ ମସିହାରେ ଫିଲ୍ମ ‘ଶାପିତ’ର ସୁଟିଂ ସେଟ୍‌ରେ ଆଦିତ୍ୟ ଓ ଶ୍ଵେତା ପ୍ରଥମେ ଦେଖା ହୋଇଥିଲେ। ଏହା ପରେ ଉଭୟ ପରସ୍ପରକୁ ପସନ୍ଦ କରିଥିଲେ। ଗତ ଅକ୍ଟୋବର ୧୨ରେ ଉଭୟ ଖୁବଶୀଘ୍ର ବିବାହ କରିବେ ବୋଲି ଘୋଷଣା କରିଥିଲେ।

Comment