ଓଡ଼ିଶାଲାଇଭ୍ ବ୍ୟୁରୋ
ଦେଶର କ୍ଷୁଦ୍ର ଓ ଗରିବ ଚାଷୀଙ୍କ ପାଇଁ ଏହି ସୁବିଧା ଉପଲବ୍ଧ।
ପିଏମ୍ କିଷାନ ସମ୍ମାନି ନିଧି ଯୋଜନାର ସପ୍ତମ କିସ୍ତି ଚଳିତ ମାସରୁ ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ଚାଷୀମାନଙ୍କୁ କେନ୍ଦ୍ର ସରକାରଙ୍କ ତରଫରୁ ଦୁଇ ହଜାର ଲେଖାଏଁ ଟଙ୍କା ମିଳିବ। ଏହି ଯୋଜନା ମାଧ୍ୟମରେ କେନ୍ଦ୍ର ସରକାର ତିନୋଟି କିସ୍ତିରେ ଚାଷୀଙ୍କୁ ବାର୍ଷିକ ୬ ହଜାର ଟଙ୍କା ପ୍ରଦାନ କରୁଛନ୍ତି।
ତେବେ ସରକାରଙ୍କ ଏହି ସୁବିଧା ପାଇବାକୁ ହେଲେ ଚାଷୀଙ୍କୁ ରେଜିଷ୍ଟ୍ରେସନ କରିବା ବାଧ୍ୟତାମୂଳକ କରାଯାଇଛି। ନାମ ପଞ୍ଜୀକରଣ କରାଇଲେ ଚାଷୀମାନେ କେନ୍ଦ୍ର ସରକାରଙ୍କ ତରଫରୁ ଏହି ସୁବିଧା ପାଇପାରିବେ।କେମିତି କରିବେ ଆବେଦନ?
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ଲାଭ ପାଇବାକୁ ଚାହୁଁଥିଲେ ଆପଣଙ୍କୁ ସେଥିପାଇଁ ଆବେଦନ କରିବାକୁ ପଡ଼ିବ। ଅନଲାଇନ୍ ଜରିଆରେ ଆପଣ ଏଥିପାଇଁ ରେଜିଷ୍ଟ୍ରେସନ କରିପାରିବେ। www.pmkisan.gov.in ୱେବସାଇଟକୁ ଯାଇ ସେଠାରେ ଆପଣ ଫାର୍ମର କର୍ନର (farmer corner)କୁ ଯାଆନ୍ତୁ। ସେଠାରେ ନୂଆ କରି ରେଜିଷ୍ଟ୍ରେସନ (new farmer registration) ଅପସନ୍ କ୍ଲିକ୍ କରି ଆବେଦନ କରନ୍ତୁ।ଲିଷ୍ଟରେ ଦେଖନ୍ତୁ ଆପଣଙ୍କ ନାଁ
ଯଦି ଆପଣ ପିଏମ୍ କିଷାନ ନିଧି ସମ୍ମାନ ଯୋଜନାରେ ପୂର୍ବରୁ ଆବେଦନ କରିସାରିଥାନ୍ତି, ତେବେ ଆପଣ ନିଜ ନାଁ ଲିଷ୍ଟରେ ଅଛି କି ନାହିଁ ତାହା ଦେଖିପାରିବେ। ଏଥିପାଇଁ ଆପଣ ଫାର୍ମର କର୍ନର (farmer corner)ରେ ହିତାଧିକାରୀଙ୍କ ତାଲିକା (beneficiary list)ରେ କ୍ଲିକ୍ କରନ୍ତୁ। ସେଠାରେ ନିଜ ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗାଁ ନାମ ଦେଇ ଆପଣ ହିତାଧିକାରୀଙ୍କ ଲିଷ୍ଟ୍ ଦେଖିପାରିବେ।
ଏଥିସହିତ ନିଜ ଆବେଦନର ଉପସ୍ଥିତି ସମ୍ପର୍କରେ ଜାଣିବା ପାଇଁ ମଧ୍ୟ ଆପଣ ଫାର୍ମର କର୍ନର (farmer Corner)ରେ ଥିବା ହିତାଧିକାରୀ ସ୍ଥିତି (beneficiary Status) କ୍ଲିକ୍ କରି ଜାଣିପାରିବେ।