ଓଡ଼ିଶାଲାଇଭ୍ ବ୍ୟୁରୋ

(ନବରଙ୍ଗପୁରରୁ ଗୌରାଙ୍ଗ ପାତ୍ର): ନବରଙ୍ଗପୁରରେ ଶାନ୍ତିପୂର୍ଣ୍ଣ ଭାବେ ପାଳନ ହେଲା ବନ୍ଦ। ମଙ୍ଗଳବାର କେନ୍ଦ୍ର ସରକାରଙ୍କ କୃଷି ଆଇନ ଉଚ୍ଛେଦ ଦାବିରେ ଚାଷୀ ସଙ୍ଗଠନମାନେ ଦେଇଥିବା ଭାରତ ବନ୍ଦର ପ୍ରଭାବ ନବରଙ୍ଗପୁର ଜିଲ୍ଲାରେ ଦେଖିବାକୁ ମିଳିଥିଲା।

ଜିଲ୍ଲା କଂଗ୍ରେସ ସମେତ ରାଷ୍ଟ୍ରୀୟ କିଷାନ ମଜଦୂର ମହାସଂଘ ତରଫରୁ ଦିବାକର ପୂଜାରୀଙ୍କ ନେତୃତ୍ୱରେ ୮ଟି ସଂଗଠନକୁ ନେଇ ଏକ ବିରାଟ ଶୋଭାଯାତ୍ରା ବାହାରି ଥିଲା। ଏଥିରେ ବିଭିନ୍ନ କୃଷକ ସଙ୍ଗଠନମାନେ ମଧ୍ୟ ସାମିଲ ହୋଇଥିଲେ। ଆଜିର ଏହି ଭାରତ ବନ୍ଦ ଡ଼ାକରାରେ ପାଖାପାଖି ୨୪ଟି ସଂଗଠନ ସାମିଲ ହୋଇଥିବା ସୂଚନା ମିଳିଛି।ଅନ୍ୟପଟେ ଭାରତ ବନ୍ଦ ଡ଼ାକରା ହେତୁ ନବରଙ୍ଗପୁର ସହରର ସମସ୍ତ ଦୋକାନ ବଜାର ବନ୍ଦ ରହିଥିଲା। ରାସ୍ତାରେ ଅଳ୍ପ କେତୋଟି ମୋଟର ସାଇକଲ ଯିବାଆସିବା କରୁଥିଲା ବେଳେ ୪ଚକିଆ ଯାନ,ବସ, ଟ୍ରକର ଯିବା ଆସିବା ସବୁ ବନ୍ଦ ରହିଥିଲା।

ଆଜିର ଏହି ବନ୍ଦ ଡ଼ାକରାରେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ ସଭାପତି ମୁନ୍ନା ତ୍ରିପାଠୀ,ଲାଲୁ ତ୍ରିପାଠୀ,ଦିଲ୍ଲୀପ ବେହେରା,ପରୀ ସାହୁ,କୁନା ପାଢ଼ୀ, ପ୍ରଣତି ତ୍ରିପାଠୀ,ଅବଦୁଲ ଫିରୋଜ ପ୍ରମୁଖ ଙ୍କ ସମେତ ବହୁ କଂଗ୍ରେସ କର୍ମୀମାନେ ସାମିଲ ହୋଇଥଲେ। ତାଙ୍କ ସହ ଦିବାକର ପୂଜାରୀ, ଚନ୍ଦ୍ରଧ୍ୱଜ ମାଝୀ , ଭଗବାନ ବୈରାଗୀ , କମୁଳୁ ହରିଜନ , ଲକ୍ଷ୍ମଣ ଭତ୍ରା ଏହି ବନ୍ଦ ଡ଼ାକରାରେ ସାମିଲ ହୋଇଥିଲେ।

Comment