ଓଡ଼ିଶାଲାଇଭ୍ ବ୍ୟୁରୋ

ଆସନ୍ତାବର୍ଷ ଜାନୁଆରି ୨୬ରେ ରାଜପଥରେ ଶୋଭା ବଢ଼ାଇବ ରାମ ମନ୍ଦିର ପ୍ରଜ୍ଞାପନ ମେଢ଼। ଉତ୍ତର ପ୍ରଦେଶର ସରକାରଙ୍କ ପକ୍ଷରୁ ଏହି ସ୍ୱତନ୍ତ୍ର ପ୍ରଜ୍ଞାପନ ମେଢ଼କୁ ଚଳିତ ବର୍ଷ ସାଧାରଣତନ୍ତ୍ର ଦିବସରେ ସାମିଲ କରାଯିବ ବୋଲି ସୂଚନା ମିଳିଛି।

ରାମ ମନ୍ଦିରର ଏହି ପ୍ରଜ୍ଞାପନ ମେଢ଼ରେ ଉତ୍ତରପ୍ରଦେଶର ସଂସ୍କୃତି ଓ ପରମ୍ପରାର ମଧ୍ୟ ଝଲକ୍ ନଜର ଆସିବ। ତା’ସହ ଦୀପ ଉତ୍ସବର ଚିତ୍ରକୁ ମଧ୍ୟ ଏହି ରାମମନ୍ଦିରର ପ୍ରଜ୍ଞାପନ ମେଢ଼ରେ ସ୍ଥାନ ଦିଆଯିବ।

ସୂଚନାଯୋଗ୍ୟ ଯେ, ବହୁ ବାଦ୍ ବିବାଦ ପରେ ଚଳିତବର୍ଷ ଅଗଷ୍ଟ ମାସରେ ରାମ ମନ୍ଦିରର ଶିଳାନ୍ୟାସ ହୋଇଛି। ଡିସେମ୍ବର ମାସରେ ଏହାର ନିର୍ମାଣ କାର୍ଯ୍ୟ ମଧ୍ୟ ଆରମ୍ଭ ହେବାକୁ ଅଛି। ତେଣୁ ସାଧାରଣତନ୍ତ୍ର ଦିବସରେ ଏହି ପ୍ରଜ୍ଞାପନ ମେଢ଼ ସ୍ଥାନ ପାଇଲେ ସାରା ବିଶ୍ୱର ନଜର ଏହା ଉପରେ ପଡ଼ିବ ବୋଲି କୁହାଯାଉଛି।

Comment