ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶିଷ୍ଟ ଲେଖକ ମନୋଜ ଦାସଙ୍କ ସ୍ୱାସ୍ଥ୍ୟ ଅବସ୍ଥା ନିରୀକ୍ଷଣ କରିବା ପାଇଁ କେନ୍ଦ୍ର ସରକାର ଏକ ଡାକ୍ତରୀ ଟିମ ପଠାଇଛନ୍ତି। ସ୍ୱାସ୍ଥ୍ୟ ମନ୍ତ୍ରୀ ହର୍ଷବର୍ଦ୍ଧନ ଏହି ଚାରି ଜଣିଆ ଟିମକୁ ଶ୍ରୀ ଅରବିନ୍ଦ ଆଶ୍ରମ ପରିସରରେ ଥିବା ମନୋଜ ଦାସଙ୍କ ବାସ ଭବନକୁ ଯାଇ ତାଙ୍କ ଅବସ୍ଥା ବୁଝିବା ପାଇଁ କହିଛନ୍ତି।
କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଅନୁରୋଧ କ୍ରମେ ପଣ୍ଡିଚେରୀରେ ଥିବା ଜିପମରରୁ ଏହି ଚାରି ଜଣିଆ ଡାକ୍ତରୀ ଦଳ ମନୋଜ ଦାସଙ୍କ ଚିକିତ୍ସା କଥା ବୁଝିବେ। ମନୋଜ ଦାସଙ୍କୁ କି ପ୍ରକାର ଚିକିତ୍ସା କରାଯାଉଛି ଓ ଆଗକୁ କଣ ଦରକାର ଡାକ୍ତରୀ ଦଳ ତାହାର ତଦାରଖ କରିବେ। ହର୍ଷ ବର୍ଦ୍ଧନ କହିଛନ୍ତି ଯେ, ମନୋଜ ଦାସଙ୍କର ଯାହା ଚିକିତ୍ସା ଆବଶ୍ୟକ ହେବ ତାହା କରାଯିବ।

Comment