ଓଡ଼ିଶାଲାଇଭ୍ ବ୍ୟୁରୋ

ଶ୍ରୀ ଅରବିନ୍ଦଙ୍କ ମହାକାବ୍ୟ ‘ସାବିତ୍ରୀ’ର ପଦ୍ୟାନୁବାଦ ଖୁବଶୀଘ୍ର ପ୍ରକାଶ ପାଇବା ପାଇଁ ଯାଉଛି। ଦୀର୍ଘ ଦୁଇ ଦଶନ୍ଧିର ତପସ୍ୟା ସମ୍ଭୂତ ଏହି କୃତି ଓଡ଼ିଆ ସାହିତ୍ୟ ଜଗତ ପାଇଁ ଏକ ଅନନ୍ୟ ଅବଦାନ। ମନୋଜୀୟ ପ୍ରଜ୍ଞାର ବିଭବରେ ପୂର୍ଣ୍ଣ ଏହି କାବ୍ୟ। ଏଥିରେ ସନ୍ନିବେଶିତ  ହୋଇଛି ମନୋଜ ଦାସଙ୍କ ସୃଷ୍ଟ ଅନେକ ନୂତନ ଶବ୍ଦ। ଓଡ଼ିଆ ସାହିତ୍ୟ ପ୍ରତି ଏକ ମନୋଜ୍ଞ ଉପହାର ଏହି ପୁସ୍ତକ।ଏହି ସୁବିଶାଳ କାବ୍ୟର ପ୍ରଥମ ଖଣ୍ଡଟି ୮୪୧ ପୃଷ୍ଠା ସମ୍ବଳିତ ଏକ ବିରଳ କୃତି। ବହୁ ପ୍ରତୀକ୍ଷିତ ପୁସ୍ତକଟି  ପାଠକବର୍ଗଙ୍କ ନିକଟରେ ସହଜରେ ଉପଲବ୍ଧ କରାଇବା ପାଇଁ ‘ସୁସାହିତ୍ୟମ୍‌’ (www.susahityam.com) ତରଫରୁ ପ୍ରୟାସ ଆରମ୍ଭ ହୋଇଛି।ସୁସାହିତ୍ୟମ୍ ତରଫରୁ ଏହି ପୁସ୍ତକ ପାଇଁ ‘ପ୍ରିବୁକିଂ’ ଆରମ୍ଭ କରାଯାଇଛି। ବହିଟିର ମୂଲ୍ୟ ୫୦୦ ଟଙ୍କା ଥିବାବେଳେ, ବର୍ତ୍ତମାନ ପାଠକମାନଙ୍କୁ ୪୦୦ଟଙ୍କାରେ ପହଞ୍ଚାଇ ଦିଆଯିବ। ବହି କିଣିବା ପାଇଁ ଆଗ୍ରହୀ ପାଠକ ଏହି ନମ୍ବର ୭୦୦୮୪୫୯୬୨୦ରେ ଯୋଗାଯୋଗ କରିପାରିବେ।

Comment