ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ଓ ଲକଡାଉନ୍ ହେତୁ ଚାକିରି ହରେଇଥିବା ଲୋକଙ୍କୁ ‘ଇ-ରିକ୍ସା’ ବାଣ୍ଟିବେ ସୋନୁ ସୁଦ୍। ‘ନିଜେ କମାଅ ଘର ଚଳାଅ’ ଅଭିଯାନ ଜରିଆରେ ସୋନୁ ସୁଦ୍ ଏହି ଇ-ରିକ୍ସା ବାଣ୍ଟିବେ ବୋଲି ଘୋଷଣା କରିଛନ୍ତି।

କରୋନା ଓ ଲକଡାଉନ୍ କାରଣରୁ ଏବେ ଅଧିକାଂଶ ଲୋକ ନିଜ ଚାକିରି ହରେଇ ଘରେ ବସିଛନ୍ତି। ଯେଉଁ କାରଣରୁ ସେମାନଙ୍କ ପରିବାର ବହୁ କଷ୍ଟରେ ସମୟ କାଟୁଛନ୍ତି। ତେବେ ସେମାନଙ୍କ ଭିତରେ ଥିବା ଅତି ଗରିବ ଶ୍ରେଣୀର ଲୋକଙ୍କୁ ସୋନୁ ଏହି ଇ-ରିକ୍ସା ବାଣ୍ଟିବେ।

ସୋନୁ କହିଛନ୍ତି, “କିଛି ମାସ ହେଲା ମୋତେ ଲୋକଙ୍କ ପ୍ରବଳ ଭଲପାଇବା ମିଳିଛି। ଯାହା ମୋତେ ସେମାନଙ୍କ ପାଇଁ କିଛି କରିବାକୁ ପ୍ରେରଣା ଦେଇଛି। ଏଥିପାଇଁ ମୁଁ ଏହି ଅଭିଯାନ ଆରମ୍ଭ କରିଛି। ଲୋକମାନେ ଏହାଦ୍ୱାରା ନିଜର ଆବଶ୍ୟକତା ମେଣ୍ଟାଇବା ସହିତ କିଛି ରୋଜଗାରକ୍ଷମ ହୋଇପାରିବେ।”sonu sood-5ଲକଡାଉନ୍ ଓ କରୋନା ସମୟରେ ଯେତେବେଳେ ଲୋକମାନେ ଭୋକ ଉପାସରେ ନିଜ ଘରକୁ ଫେରିବାକୁ ଚେଷ୍ଟା କରୁଥିଲେ ସେତେବେଳେ ଏହି ବଲିଉଡ୍ ଅଭିନେତା ଦେବଦୂତ ସାଜି ଲୋକଙ୍କୁ ଘରକୁ ପଠାଇଥିଲେ। କେବଳ ସେତିକି ନୁହେଁ, ଏହାପରେ ଲୋକମାନେ କେମିତି ନିଜ ପାଇଁ ଦୁଇ ପଇସାର ରୋଜଗାର କରିବେ ସେନେଇ ମଧ୍ୟ ବ୍ୟବସ୍ଥା କରିଥିଲେ ସୋନୁ।

ଏଥିପାଇଁ ସେ ପ୍ରବାସୀ ରୋଜଗାର ଆପ୍ ମଧ୍ୟ ଲଞ୍ଚ କରିଥିଲେ। ଏହା ଆପ ଜରିଆରେ ଲୋକମାନେ ବିଭିନ୍ନ କମ୍ପାନିରେ ଚାକିରି କରିବାର ସୁଯୋଗ ପାଇଥିଲେ। ଏହାପରେ ଇ-ରିକ୍ସା ବଣ୍ଟନ ଅଭିଯାନ ଦ୍ୱାରା ମଧ୍ୟ ଅନେକ ଲୋକ ଉପକୃତ ହୋଇପାରିବେ ବୋଲି କୁହାଯାଉଛି।

Comment