ଓଡ଼ିଶାଲାଇଭ ବ୍ୟୁରୋ

ମେଥିର ବ୍ୟବହାର ପୁରାତନ କାଳରୁ ରହିଆସିଛି। ଆୟୁର୍ବେଦରେ ମେଥିର ଭୂମିକା ଅନନ୍ୟ। ଅନେକ ରୋଗକୁ ଭଲ କରିଥାଏ ମେଥି। ଏହାର ବ୍ୟବହାର କେବଳ ସ୍ୱାଦ ବଢାଇବା ଲାଗି ନୁହେଁ, ସୌନ୍ଦର୍ଯ୍ୟ ବଢାଇବାରେ ମଧ୍ୟ ମେଥି ସହାୟକ ହୋଇଥାଏ। ତେବେ ଜାଣନ୍ତୁ ମେଥି ଆମର କି କି ଉପକାର ଆଉ ଉପଚାରରେ ଆସିଥାଏ।

ବ୍ରଣ ସମସ୍ୟା

ମେଥିରୁ ପ୍ରସ୍ତୁତ ଫେସପ୍ୟାକ୍ ବ୍ରଣ, ଚର୍ମକୁଞ୍ଚନ, ବ୍ଲାକ୍ ହେଡସ ଆଦିରୁ ରକ୍ଷା କରିଥାଏ। ଅଳ୍ପ ପାଣିରେ ମେଥି ପକାଇ ପୁଟାଇବା ପରେ ସେହି ପାଣିରେ ମୁହଁ ଧୁଅନ୍ତୁ। ଆହୁରି ମଧ୍ୟ ମେଥି ପତ୍ରକୁ ବାଟି ତାକୁ ଲଗାଇ ପାରିବେ। ଏହାକୁ ଲଗାଇବା ପରେ ପ୍ରାୟ ୨୦ ମିନିଟ୍ ଛାଡି ମୁହଁକୁ ଧୋଇ ଦିଅନ୍ତୁ। ଏପରି କଲେ ମୁହଁରେ ଚମକ ବଢିଥାଏ।

କେଶ ସମସ୍ୟା

ଯଦି ଆପଣଙ୍କ କେଶ ଝଡି ପତଳା ହୋଇଗଲାଣି ତେବେ ନଡିଆ ତେଲରେ ମେଥି ପକାଇ ସିଝାଇ ଦିଅନ୍ତୁ। ଏହି ତେଲକୁ ରାତି ସାରା ରଖି ପରଦିନ ସକାଳେ ଲଗାନ୍ତୁ। ଏପରି ନିୟମିତ କଲେ କେଶ ଝଡିବା କମି ଯାଇଥାଏ। ମୁଣ୍ଡରେ ମେଥି ଦାନାର ପେଷ୍ଟ ଲଗାଇଲେ କେଶ କଳା ହେବା ସହ ଘନ ହୋଇଥାଏ।

ଥଣ୍ଡା ଓ ଜ୍ଵର

ଗୋଟିଏ ଚାମଚ୍ ଲେମ୍ବୁ ରସ, ମହୁ ସହ ମେଥି ଖାଇବା ଦ୍ୱାରା ଥଣ୍ଡା, ଜ୍ୱର, କାଶ ଏବଂ ଗଳାକଷ୍ଟରୁ ରକ୍ଷା ମିଳିଥାଏ।

ମହିଳାଙ୍କ ଶାରୀରିକ ସମସ୍ୟା

ମହିଳାଙ୍କର ଅନେକ ସମସ୍ୟାକୁ ମେଥି ଦୂର କରିଥାଏ। ମାସିକ ଋତୁସ୍ରାବ ସମୟରେ ବିଭିନ୍ନ ପ୍ରକାରର ଶାରୀରିକ ସମସ୍ୟା ଯେମିତି କି ବାନ୍ତି ଲାଗିବା, ଭଲରେ ନିଦ ନହେବା ପରି ସମସ୍ୟାକୁ ଏହା ଦୂର କରିଥାଏ।

ମଧୁମେହ

ମଧୁମେହ ଠାରୁ ଦୂରେଇ ରହିବା ପାଇଁ ଚାହୁଁଥିଲେ ପ୍ରତିଦିନ ଏକ ଚାମଚ ମେଥିଦାନା ପାଉଡର୍ ପାଣି ସହ ସେବନ କରନ୍ତୁ। ଏହାବାଦ୍ ଏକ ଚାମଚ ମେଥିକୁ ଗୋଟେ କପ୍ ପାଣିରେ ରାତିସାରା ଭିଜାଇ ରଖନ୍ତୁ। ସକାଳୁ ଏହି ପାଣିକୁ ପିଅନ୍ତୁ। ଏହା ଦ୍ୱାରା ଓଜନ ମଧ୍ୟ ସନ୍ତୁଳିତ ରହିଥାଏ।

Comment