ଓଡ଼ିଶାଲାଇଭ୍ ବ୍ୟୁରୋ

କରୋନା ସଂକ୍ରମଣର ଭୟ ହେତୁ ଏଥର ହେବନି ସଂସଦର ଶୀତ ଅଧିବେଶନ। କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କ ଏକ ଚିଠିର ଜବାବ ଦେଇ ଏପରି ସୂଚନା ଦେଇଛନ୍ତି ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଯୋଶୀ।

ଏଥିରେ କୁହାଯାଇଛି ଯେ, କରୋନା ସଂକ୍ରମଣ ହେତୁ ଏଥର ସଂସଦର ଶୀତ ଅଧିବେଶନ ବସିବ ନାହିଁ। ଜାନୁଆରି ମାସରେ ଏକାଥରକେ ବଜେଟ୍ ଅଧିବେଶନ ଡକାଯିବ। ସଂସଦର ଶୀତ ଅଧିବେଶନ କରିବାକୁ ନେଇ ବିରୋଧୀମାନେ ଯେଉଁ ଦାବି କରୁଛନ୍ତି ତାକୁ କେନ୍ଦ୍ର ସରକାର ଗ୍ରହଣ କରିବାକୁ ମନା କରିଦେଇଛନ୍ତି।କିଛି ଦିନ ତଳରେ ବିରୋଧୀ ଦଳର କିଛି ନେତା ସଂସଦର ଶୀତ ଅଧିବେଶନ ବସିବାକୁ ଦାବି କରିଥିଲେ। ଚାଷୀ ଆନ୍ଦୋଳନ, କୃଷି ଆଇନକୁ ନେଇ ଆଲୋଚନା ହେବା ନିହାତି ଦରକାର, ଏଥିପାଇଁ ସଂସଦର ଅଧିବେଶନ ବସିବାକୁ ସେମାନେ ଦାବି କରିଥିଲେ। ହେଲେ କୋଭିଡ୍ ଭୟ ହେତୁ ସରକାର ଶୀତ ଅଧିବେଶନକୁ ବାତିଲ କରିଦେଇଛନ୍ତି।

ସୂଚନାଯୋଗ୍ୟ, କେନ୍ଦ୍ର ସରକାରଙ୍କ ନୂଆ କୃଷି ଆଇନକୁ ବିରୋଧ କରି ଗତ ୨୦ ଦିନ ହେଲା ଚାଷୀ ସଙ୍ଗଠନମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ନୂଆ ଆଇନକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିବାକୁ ସେମାନେ ଦାବି କରୁଛନ୍ତି। ଏପରିକି ଏଥିପାଇଁ ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ସେମାନେ ଦାବି କରିଛନ୍ତି। ଯାହାକୁ ବିରୋଧୀ ଦଳମାନେ ମଧ୍ୟ ସମର୍ଥନ କରିଛନ୍ତି। ପରନ୍ତୁ, କେନ୍ଦ୍ର ସରକାର ଚଳିତ ବର୍ଷର ଶୀତ ଅଧିବେଶନକୁ ବନ୍ଦ କରିଦେଇଛନ୍ତି।

Comment