ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏ ବର୍ଷ ୟୁଟ୍ୟୁବ୍‌ରେ ସୁବୁଠୁ ଅଧିକ ଦେଖାଯାଇଥିବା ହିନ୍ଦୀ ଗୀତକୁ ନେଇ ଓଡ଼ିଶାଲାଇଭ୍‌ର ୨୦୨୦ ଫ୍ଲାସବ୍ୟାକ୍‌ ରିପୋର୍ଟ।

୨୦୨୦ରେ କରୋନା କାରଣରୁ ମନୋରଞ୍ଜନ ଶିଳ୍ପ ସବୁଠୁ ଅଧିକ ପ୍ରଭାବିତ ହୋଇଛି। ତଥାପି କରୋନା ପ୍ରଭାବ ଭିତରେ ନୂଆ ଫିଲ୍ମ ନିର୍ମାଣ ହୋଇଛି। ଏହାସହ ନୂଆ ଗୀତ ଲୋକଙ୍କୁ ମନୋରଞ୍ଜନ ଯୋଗାଇଛି। ସବୁଠୁ ଖାସ କଥା ଏହି ୨୦୨୦ରେ କିଛି ଗୀତ ହିଟ୍‌ ହୋଇଛି। ଗୀତଗୁଡ଼ିକୁ ସୋସିଆଲ ମିଡିଆରେ ସବୁଠୁ ଅଧିକ ଥର ଦେଖିଛନ୍ତି ଦର୍ଶକ।

ଗେନ୍ଦାଫୁଲ – ୨୦୨୦ରେ ଧମାଲ ମଚାଇଛି ବାଦଶାହ ଓ ଜ୍ୟାକଲିନଙ୍କ ‘ଗେନ୍ଦାଫୁଲ’ ଗୀତ। ଏ ପର୍ଯ୍ୟନ୍ତ ଏହି ଗୀତକୁ ୬୭୩ ମିଲିୟନ ଭିୟୁ ମିଳିଛି। ଜ୍ୟାକଲିନ୍ ଫର୍ଣ୍ଣାଣ୍ଡିସ୍ ଏବଂ ବାଦଶାହଙ୍କ ଏହି ଗୀତ ଚଳିତ ବର୍ଷ ସର୍ବାଧିକ ଦେଖାଯାଇଥିବା ଗୀତ ତାଲିକାରେ ଏକ ନମ୍ବରରେ ଅଛି।

ଗୋଆ ବାଲି ବିଚ୍‌ – ନେହା କକ୍କର ପାଇଁ ୨୦୨୦ ବର୍ଷ ବେଶ ଚମତ୍କାର ହୋଇଛି। ସେ ନିଜ ବ୍ୟକ୍ତିଗତ ଜୀବନରେ ଗୋଟିଏ ପଟେ ଆଗକୁ ଯାଇ ରୋହନପ୍ରୀତ ସିଂଙ୍କୁ ତାଙ୍କ ଜୀବନସାଥୀ ଭାବରେ ବାଛିଥିବା ବେଳେ ଅନ୍ୟପଟେ ସେ କାର୍ଯ୍ୟକ୍ଷେତ୍ରରେ ମଧ୍ୟ ଚମତ୍କାର ପ୍ରଦର୍ଶନ କରିଥିଲେ। ତାଙ୍କର ଗୀତ ‘ଗୋଆ ବାଲି ବିଚ୍‌’ ବେଶ ଲୋକପ୍ରିୟ ହୋଇଥିଲା।  ଏହି  ଗୀତ ୟୁଟ୍ୟୁବରେ ୩୬୧ ମିଲିୟନ୍ ଭ୍ୟୁ ପାଇଲା। ଏଥିରେ ନେହା କକ୍କର ଆଦିତ୍ୟ ନାରାୟଣଙ୍କ ସହ ସ୍କ୍ରିନ୍ ସେୟାର କରିଥିଲେ। ଏହି ଗୀତଟିକୁ ଟୋନି କକ୍କର ଗାଇଥିଲେ।

ଗରମି – ୨୦୨୦ରେ ବରୁଣ ଧୱନଙ୍କ ଫିଲ୍ମ ‘ଷ୍ଟ୍ରିଟ୍ ଡାନ୍ସର୍ ଥ୍ରୀ ଡି’ର ସମସ୍ତ ଗୀତ ବେଶ ହିଟ ହୋଇଥିଲା।  ଏହି ଫିଲ୍ମ ରୋନାଙ୍କ ସହି ବରୁଣ ଏକ ଗୀତ ‘ଗରମି’ ଦର୍ଶକଙ୍କୁ ଦିଓ୍ୱାନା କରିଥିଲା। ଏବେଯାଏଁ ଏହି ଗୀତକୁ ୟୁଟ୍ୟୁବରେ ୩୪୧ ମିଲିୟନ ଭ୍ୟୁ ମିଳିଛି।

ମୁକାବ୍‌ଲା – ‘ଷ୍ଟ୍ରିଟ୍ ଡାନ୍ସର୍ ଥ୍ରୀ ଡି’ ର ଆଉ ଏକ ଗୀତ ‘ମୁକାବ୍‌ଲା’ ମଧ୍ୟ ୨୦୨୦ରେ ରେକର୍ଡ କରିଥିଲା। ୟୁଟ୍ୟୁବ୍‌ରେ ଏହି ଗୀତକୁ ଏବେ ଯୋଏଁ ୩୧୯ ମିଲିୟନରୁ ଅଧିକ ଲୋକ ଦେଖିଛନ୍ତି। ଏହି ଗୀତରେ ଅଭିନେତା ବରୁଣ ଧଓ୍ୱପୟନଙ୍କ ସହି ପ୍ରସିଦ୍ଧ ନିର୍ଦ୍ଦେଶକ ଓ କୋରିଓଗ୍ରାଫର ପ୍ରଭୁଦେବା ନଜର ଆସିଥିଲେ।

ତାରୋଁକା ସହର– ନେହା କକ୍କରଙ୍କ ଆଉ ଏକ ହିଟ୍‌ ଗୀତ ତାଲିକାରେ ‘ତାରୋଁକା ସହର’​​ ବି ରହିଛି। ଏହି ରୋମାଣ୍ଟିକ ଗୀତକୁ ନେହା କକ୍କର ଏବଂ ଜୁବେନ ଗାଇଥିଲେ। ଏହି ଗୀତରେ ନେହା କକ୍କରଙ୍କ ବିପକ୍ଷରେ ବିକି କୌଶଲଙ୍କ ଭାଇ ସନ୍ନି କୌଶଲ ଅଭିନୟ କରିଥିଲେ।

ନାଚ ମେରି ରାନୀ – ଲୋକପ୍ରିୟ ଗାୟକ ଗୁରୁ ରାନ୍ଧୱା ଓ ବଲିଉଡ ଅଭିନେତ୍ରୀ ନୋରା ଫତେହୀଙ୍କ ମ୍ୟୁଜିକ ଭିଡିଓ ‘ନାଚ ମେରି ରାନୀ’ ଦର୍ଶକଙ୍କୁ ଦିଓ୍ୱାନା କରିଥିଲା।  ୟୁଟ୍ୟୁବରେ ଗୀତକୁ ବାରମ୍ବାର ଦେଖିଛନ୍ତି ଦର୍ଶକ।

Comment