ଓଡ଼ିଶାଲାଇଭ୍ ବ୍ୟୁରୋ
ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟରେ ଅଶ୍ୱିନୀଙ୍କ ଅଫ୍ ସ୍ପିନରେ ଘାଇଲା ହୋଇଛି କଙ୍ଗାରୁ ଦଳ। ଫଳରେ ଅଷ୍ଟ୍ରେଲିଆ ପ୍ରଥମ ଇଂନିସରେ ମାତ୍ର ୧୯୧ ରନ୍ କରି ଅଲଆଉଟ୍ ହୋଇଯାଇଛି। ଏହାପରେ ୫୩ ରନର ଲିଡ୍ ନେବା ସହିତ ଟିମ୍ ଇଣ୍ଡିଆ ଦ୍ୱିତୀୟ ଇଂନିସ ଆରମ୍ଭ କରିଛି।
ଶୁକ୍ରବାର ଆଡିଲେଡରେ ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଦିନ ଥିଲା। ଟିମ୍ ଇଣ୍ଡିଆ ଆଜି ୨୪୪ ରନରେ ନିଜର ଦଶମ ୱିକେଟ୍ ହରାଇଥିଲା। ଏହାପରେ ପ୍ରଥମ ଇଂନିସ ଆରମ୍ଭ କରିବାକୁ ପଡ଼ିଆକୁ ଓହ୍ଲାଇଥିଲା ଅଷ୍ଟ୍ରେଲିଆ ଦଳ।
ଅଷ୍ଟ୍ରେଲିଆର ଦୁଇ ବ୍ୟାଟ୍ସମାନଙ୍କ ଶିକାର କରିଥିଲେ ଦ୍ରୁତ ବୋଲର ଜଶପ୍ରୀତ ବୁମରା। ଏହାପରେ ମଧ୍ୟମକ୍ରମ ବ୍ୟାଟ୍ସମ୍ୟାନ ଲବୁଚେଞ୍ଜ ଓ ଅଧିନାୟକ ଟିମ୍ ପେନ୍ ଭଲ ଇଂନିସ ଖେଳିଥିଲେ ବି ଅଷ୍ଟ୍ରେଲିଆ ମାତ୍ର ୧୯୧ ରନରେ ଅଲଆଉଟ୍ ହୋଇଯାଇଥିଲା। ଭାରତ ପକ୍ଷରୁ ଦ୍ରୁତ ବୋଲର ଉମେଶ ୩ଟି ୱିକେଟ୍ ଓ ବୁମରା ୨ଟି ୱିକେଟ୍ ନେଇଥିଲେ। ଅଫ୍ ସ୍ପିନର ଆର୍ ଅଶ୍ୱିନୀ ୪ଟି ୱିକେଟ୍ ନେବା ସହ ଅଷ୍ଟ୍ରେଲିଆ ଟିମର ବିପର୍ଯ୍ୟୟର କାରଣ ପାଲଟିଥିଲେ। ଏହାପରେ ଭାରତ ଏବେ ନିଜର ଦ୍ୱିତୀୟ ଇଂନିସ ଆରମ୍ଭ କରିଛି।

















