ଓଡ଼ିଶାଲାଇଭ୍ ବ୍ୟୁରୋ

ବଞ୍ଚିରହିବା ପାଇଁ ଖାଦ୍ୟ ନିହାତି ଆବଶ୍ୟକ। ତେବେ ଏମିତି କିଛି ଖାଦ୍ୟ ରହିଛି ଯାହାକୁ କଞ୍ଚା ଖାଇବା ଦ୍ଵାରା ପେଟଜନିତ ସମସ୍ୟା ହୋଇଥାଏ। ବେଳେ ବେଳେ ଏହି ସମସ୍ୟା ଏତେ ଅଧିକ ହୋଇଯାଏ ଯେ ଜୀବନ ପ୍ରତି ବିପଦ ସୃଷ୍ଟି ହୋଇଥାଏ। ତେଣୁ କେଉଁ ସବୁ ଖାଦ୍ୟକୁ କଞ୍ଚା ଖାଇବା ଅନୁଚିତ୍ ଜାଣନ୍ତୁ…ଆଳୁ

ପରିବା ଭିତରେ ରାଜା କୁହାଯାଉଥିବା ଆଳୁକୁ ପ୍ରାୟ ସବୁ ଆଇଟମ୍‌ରେ ବ୍ୟବହାର କରାଯାଏ। କିନ୍ତୁ ଆଳୁକୁ କଞ୍ଚା ଖାଇବା ଅନୁଚିତ। କାରଣ ଆଳୁକୁ କଞ୍ଚା ଖାଇବା ଦ୍ଵାରା ପେଟ ଫୁଲିବା ସହ ଯନ୍ତ୍ରଣା ମଧ୍ୟ ହୋଇଥାଏ। ଏହାଦ୍ଵାରା ଫୁଡ୍ ପଏଜନିଂ ମଧ୍ୟ ହୋଇପାରେ।ରାଜମା

 

ରାଜମା ଖାଇବାକୁ ଅନେକ ଲୋକ ପସନ୍ଦ କରିଥାନ୍ତି। ଏଥିରେ ପ୍ରୋଟିନ୍, ଫାଇବର ଓ ଆଣ୍ଟିଅକ୍ସିଡାଣ୍ଟ ଭରପୂର ମାତ୍ରାରେ ରହିଥାଏ। କିନ୍ତୁ ରାଜମାକୁ ସବୁବେଳେ ରାନ୍ଧି ଖାଇବା ଉଚିତ। ଭୁଲରେ ବି ଏହାକୁ କଞ୍ଚା ଖାଆନ୍ତୁ ନାହିଁ। କଞ୍ଚା ଖାଇବା ଦ୍ଵାରା ଏଥିରେ ଥିବା ଫାଇଟୋମେଗଲଗୁଟିନ ଟକ୍ସିନ ଶରୀରରେ ଫୁଡ୍ ପଏଜନିଂ କରିପାରେ। ଏହି କାରଣରୁ ରାଜମାକୁ ରାନ୍ଧିବା ପୂର୍ବରୁ ବହୁତ ସମୟ ପର୍ଯ୍ୟନ୍ତ ଭିଜେଇ ରଖାଯାଏ।କ୍ଷୀର

କ୍ଷୀର ପିଇବା ଦ୍ଵାରା ଅନେକ ପ୍ରକାର ଉପକାର ହୁଏ। ଏଥିରେ ସବୁ ପ୍ରକାର ପୋଷକ ତତ୍ତ୍ଵ ରହିଥାଏ। କିନ୍ତୁ କିଛି ଲୋକ ଗାଈ ଓ ମଇଁଷି କ୍ଷୀରକୁ ନ ଫୁଟାଇ ପିଇଦିଅନ୍ତି। ଏପରି କଦାପି କରନ୍ତୁ ନାହିଁ। କାରଣ କଞ୍ଚା କ୍ଷୀରରେ ଇ.କୋଲି, ସାଲ୍‌ମୋନେଲା ପରି ହାନିକାରକ ବ୍ୟାକ୍ଟେରିଆ ରହିଥାଏ। ତେଣୁ କଞ୍ଚା କ୍ଷୀର ପିଇବା ଦ୍ଵାରା ଶରୀରକୁ କ୍ଷତି ପହଞ୍ଚିଥାଏ ଓ ପେଟଜନିତ ସମସ୍ୟା ଦେଖାଦିଏ।

ଅଟା

ଅଟାକୁ ସବୁବେଳେ ଭଲଭାବେ ରାନ୍ଧି ଖାଇବା ଉଚିତ। ଏହାକୁ କଞ୍ଚା ଖାଇବା ବିପଦ ସୃଷ୍ଟି କରିପାରେ। କାରଣ କ୍ଷେତରୁ ଅମଳ ହେବାଠାରୁ ଅଟା ପ୍ରସ୍ତୁତ ହେବା ପର୍ଯ୍ୟନ୍ତ ଏହା ଅନେକ ଜୀବାଣୁ ସଂସ୍ପର୍ଶରେ ଆସିଥାଏ। ତେଣୁ ଅଟାକୁ ରାନ୍ଧି ଖାଇବା ଦ୍ଵାରା ଏହି ଜୀବାଣୁ ନଷ୍ଟ ହୋଇଯାଏ।କଞ୍ଚା ଅଣ୍ଡା

କିଛି ଲୋକ କଞ୍ଚା ଅଣ୍ଡା ଖାଇଥାନ୍ତି। କିନ୍ତୁ ଏପରି କରିବା ଉଚିତ ନୁହେଁ। କାରଣ କଞ୍ଚା ଅଣ୍ଡାରେ ରୋଗ ସୃଷ୍ଟିକାରୀ ସାଲ୍‌ମୋନେଲା ରହିପାରେ ଯାହାକି ଫୁଡ୍ ପଏଜନିଂ କରାଇଥାଏ। ତେଣୁ ବୟସ୍କ, ଗର୍ଭବତୀ ମହିଳା ଓ ଛୋଟ ପିଲା କଞ୍ଚା ଅଣ୍ଡା ଖାଇବାଠାରୁ ଦୂରେଇ ରୁହନ୍ତୁ।ବାଇଗଣ

କଞ୍ଚା ବାଇଗଣ ମଧ୍ୟ ପେଟଜନିତ ସମସ୍ୟା ସୃଷ୍ଟି କରେ। ବାଇଗଣକୁ କଞ୍ଚା ଖାଇବା ଦ୍ଵାରା ମୁଣ୍ଡ ବୁଲାଇବା, ପେଟ ଯନ୍ତ୍ରଣା ଆଦି ସମସ୍ୟା ଦେଖାଦିଏ। ବାଇଗଣରେ ଥିବା ସୋଲନିନ ଯୋଗୁ ଏପରି ହୋଇଥାଏ। ତେଣୁ ବାଇଗଣକୁ ସବୁବେଳେ ରାନ୍ଧି ଖାଇବା ଉଚିତ।

Comment