ଓଡ଼ିଶାଲାଇଭ୍ ବ୍ୟୁରୋ

ସୋସିଆଲ୍ ମିଡିଆରେ ରାତାରାତି ଷ୍ଟାର ପାଲଟିଥିବା ‘ବାବା କା ଢାବା’ର ମାଲିକ କାନ୍ତାପ୍ରସାଦ ନିଜର ରେସ୍ତୋରାଁ ଆରମ୍ଭ କରିଛନ୍ତି। ଦିଲ୍ଲୀର ମାଲବୀୟ ନଗର ରୋଡରେ ସେ ତାଙ୍କର ଏହି ନୂଆ ରେସ୍ତୋରାଁ ଖୋଲିଛନ୍ତି।

ରେସ୍ତୋରାଁ ଖୋଲିବା ପରେ କାନ୍ତାପ୍ରସାଦ କହିଛନ୍ତି ଯେ, ତାଙ୍କ ଏହି ନୂଆ ରେସ୍ତୋରାଁରେ ଭାରତୀୟ ଓ ଚାଇନିଜ୍ ଖାଇବା ଉପଲବ୍ଧ ହେବ। ଲୋକମାନେ ଏଠାରେ ଆରାମରେ ବସି ଖାଇପାରିବେ। ଏଥିସହିତ ତାଙ୍କୁ ସାହାଯ୍ୟ କରିଥିବା ଲୋକମାନଙ୍କୁ କାନ୍ତାପ୍ରସାଦ ଧନ୍ୟବାଦ ଜଣାଇବା ସହିତ ସେମାନଙ୍କୁ ନିଜ ରେସ୍ତୋରାଁକୁ ଖାଇବାକୁ ଆସିବାକୁ କହିଛନ୍ତି।ବାବା କା ଢାବା କିଏ?

ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳର ଜଣେ ବୃଦ୍ଧ ବାବା କା ଢ଼ାବା ନାମରେ ଏକ ଦୋକାନ ଖୋଲିଥିଲେ। ହେଲେ କରୋନା ହେତୁ ତାଙ୍କ ବେପାର ଠିକ୍ ଭାବେ ହେଉନଥିଲା। ବେପାର ନହେବାରୁ ସେ ବହୁ ଦୁଃଖ କଷ୍ଟରେ ସମୟ ବିତାଉଥିଲେ। ଏହି ସମୟରେ ୟୁଟ୍ୟୁବର ଗୌରବ ହାସନ ତାଙ୍କର ଏକ ଭିଡିଓ କରି ଏହାକୁ ସୋସିଆଲ୍ ମିଡିଆରେ ସେଆର୍ କରିଥିଲେ।

ଏହି ଭିଡିଓକୁ ଲୋକମାନେ ବେଶ ପସନ୍ଦ କରିବା ସହ ଏହାକୁ ପ୍ରବଳ ସେଆର୍ କରିଥିଲେ। ବଲିଉଡ୍ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ଟିମ୍ ଇଣ୍ଡିଆର କ୍ରିକେଟମାନେ ମଧ୍ୟ କାନ୍ତାପ୍ରସାଦଙ୍କୁ ସାହାଯ୍ୟ ପାଇଁ ଆଗେଇ ଆସିଥିଲେ। କାନ୍ତାପ୍ରସାଦଙ୍କୁ ଅନେକ ଲୋକ ଆର୍ଥିକ ସାହାଯ୍ୟ ମଧ୍ୟ ପ୍ରଦାନ କରିଥିଲେ। ଏହି ଟଙ୍କାକୁ ନେଇ ଏବେ ସେ ତାଙ୍କର ନୂଆ ରେସ୍ତୋରାଁ ଖୋଲିଛନ୍ତି।

LEAVE A REPLY

Please enter your comment!
Please enter your name here