ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଫିଲ୍ମରେ ଅନେକ ସମୟରେ ମା’ ଚରିତ୍ର ଦର୍ଶକଙ୍କୁ ଆକର୍ଷିତ କରିଥାଏ। କାରଣ ମା’ ଚରିତ୍ରରେ କିଛି ଅଭିନେତ୍ରୀଙ୍କ ଅଭିନୟ ଦର୍ଶକଙ୍କୁ ଜୀବନ୍ତ ଲାଗେ। ଫିଲ୍ମ ଦେଖୁ ଦେଖୁ ଦର୍ଶକଙ୍କ ଆଖିରୁ ଲୁହ ଝରିଥିବା ମଧ୍ୟ ଦେଖିବାକୁ ମିଳେ। ଏମିତି ଜୀବନ୍ତ ଅଭିନୟ କରି ଓଲିଉଡରେ କିଛି ଅଭିନେତ୍ରୀ ବେଶ ଲୋକପ୍ରିୟ ହୋଇପାରିଛନ୍ତି।

ନମ୍ରତା ଦାସ

୧୯୬୭, ଏପ୍ରିଲ ୩ରେ ଜନ୍ମ ହୋଇଥିବା ନମ୍ରତା ଦାସ ଏଯାଏଁ ବହୁ ଫିଲ୍ମ ଓ ମେଗା ସିରିଏଲରେ କାମ କରିସାରିଛନ୍ତି। ୧୯୭୩ ମସିହାରେ ନମ୍ରତା ଓଡ଼ିଆ ଚଳଚ୍ଚିତ୍ର ‘ଧରିତ୍ରୀ’ରେ ପ୍ରଥମ ଅଭିନୟ ଆରମ୍ଭ କରିଥିଲେ। ପରବର୍ତ୍ତୀ ସମୟରେ ଅନେକ ଫିଲ୍ମ ଅଭିନୟ କରିଥିଲେ। ମା’ ଚରିତ୍ରରେ ତାଙ୍କର ଜୀବନ୍ତ ଅଭିନୟ ସମସ୍ତଙ୍କ ମନକୁ ଛୁଇଁଥାଏ। ‘ତୁଣ୍ଡ ବାଇଦ’, ‘ଭାଗ୍ୟ ହାତେ ଡୋରି’, ‘ଗଢ଼ି ଜାଣିଲେ ଘର ସୁନ୍ଦର’,  ‘ରକତ କହିବ କିଏ କାହାର’, ‘ସକଳ ତୀର୍ଥ ତୋ ଚରଣେ’, ‘ଗଙ୍ଗା ଯମୁନା’, ‘ରହିଛି ରହିବି ତୋରି ପାଇଁ’ ଭଳି ହିଟ୍‌ ଫିଲ୍ମରେ ତାଙ୍କ ମା’ ରୋଲ ଦର୍ଶକଙ୍କ ମନ କିଣିଛି।

ଅନୀତା ଦାସ

୧୯୭୫ରେ ରିଲିଜ ହୋଇଥିଲା ଫିଲ୍ମ ‘ଯାଯାବର’। ଏହି ଫିଲ୍ମ ମାଧ୍ୟମରେ ଦର୍ଶକ ଜଣେ ନୂଆ ଅଭିନେତ୍ରୀଙ୍କୁ ଭେଟିଥିଲେ, ସେ ଥିଲେ ଅନୀତା ଦାସ। ପ୍ରଥମ ଫିଲ୍ମରୁ ଅନୀତା ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଥିଲେ।

ଅନୀତା ଦାସ ୧୯୫୧, ଅକ୍ଟୋବର ୧ରେ ଜନ୍ମ ହୋଇଥିବା ଅନୀତା ଚାରି ଦଶନ୍ଧିରୁ ଅଧିକ କାଳ ଅଭିନୟ ଦୁନିଆରେ ସକ୍ରିୟ ଥିଲେ। ବୟସ ବଢ଼ିବା ସହ ନାୟିକାରୁ ପାଲଟିଥିଲେ ପାର୍ଶ୍ୱ-ନାୟିକା ଏବଂ ଚରିତ୍ର ଅଭିନେତ୍ରୀ। ମାଆ ଓ ମାଉସୀ ଭୂମିକାରେ ବି ଦର୍ଶକ ତାଙ୍କ ଅଭିନୟକୁ ପସନ୍ଦ କରିଥିଲେ। ଫିଲ୍ମ ତଥା ଟେଲିଭିଜନ୍‌ ଦୁନିଆ ପାଇଁ ସଦା ସ୍ମରଣୀୟ।

ଅନିତା ଶତାଧିକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ। ୧୯୮୦ ପରେ ମୁଖ୍ୟତଃ ମାଆ ଭୂମିକାରେ ବାହାରିଥିଲେ। ‘ବନ୍ଧୁ ମହାନ୍ତି’, ‘ସ୍ୱପ୍ନ ସାଗର’, ‘ମାଆ ଓ ମମତା’, ‘ସୁନା ଚଢ଼େଇ’, ‘କୃଷ୍ଣ ସୁଦାମା’, ‘କିଏ ଜିତେ କିଏ ହାରେ’, ‘ରାମାୟଣ’ ଆଦି ଅନୀତାଙ୍କ ଅଭିନୀତ ଲୋକପ୍ରିୟ ଚଳଚ୍ଚିତ୍ର।

ଅପରାଜିତା

ଆଧୁନିକ ମା’ ଭୂମିକାରେ ଅପରାଜିତା ଅନେକ ଫିଲ୍ମରେ ଅଭିନୟ କରିଛନ୍ତି। ଏହା ସହ ଭାଉଜ ଭୂମିକାରେ ବି ସେ ଅଭିନୟ କରି ଦର୍ଶକଙ୍କୁ ଚମତ୍କୃତ କରିଛନ୍ତି। ଖୁବ୍‌ କମ୍‌ ବୟସରେ ‘ମା’ ପରି କିଏ ହେବ’ ଫିଲ୍ମରେ ମା’ ରୋଲ୍‌ କରି ସେ ବେଶ ପ୍ରଶଂସା ସାଉଣ୍ଟିଥିଲେ। ‘ସୁପର ମିଛୁଆ’, ‘ଗୋଲାପି ଗୋଲାପି’, ‘ଆଖିରେ ଆଖିରେ’, ‘ଥୁକୁଲ’, ‘ଲୋଫର’, ‘ଅଭିମନ୍ୟୁ’, ‘ଆ ଜହ୍ନରେ ଲେଖିବା ନାଁ’ ଭଳି ଫିଲ୍ମ ମା’ ଚରିତ୍ର ନିଭାଇଛନ୍ତି।

ମହାଶ୍ୱେତା ରାୟ

ମହାଶ୍ୱେତା ରାୟ ଜଣେ ଓଡ଼ିଆ ଫିଲ୍ମ ଅଭିନେତ୍ରୀ ଓ ନୃତ୍ୟଶିଳ୍ପୀ। ସେ ଓଡ଼ିଆ ଓ ବଙ୍ଗଳା ସିନେମାରେ ଅଭିନୟ କରିଛନ୍ତି। ମାତ୍ର ୧୭ବର୍ଷ ବୟସରେ ରୁପେଲି ପରଦାରେ ଅଭିନୟ ଆରମ୍ଭ କରିଥିବା ମହାଶ୍ୱେତା ଅନେକଗୁଡ଼ିଏ ହିଟ୍‌ ଫିଲ୍ମରେ କାମ କରିବାର ସୁଯୋଗ ପାଇଛନ୍ତି। ଫିଲ୍ମ ‘କୁଳ ନନ୍ଦନ’ରେ ଚମତ୍କାର ଅଭିନୟ ପାଇଁ ସେ ଢେର ପ୍ରଶଂସା ସାଉଣ୍ଟିଥିଲେ। ‘ରାଜା ଝିଅ ସାଙ୍ଗେ ହୋଇଗଲା ଭାବ’, ‘ଜଗା ହାତରେ ପଘା’,‘ତୁ ଥିଲେ ମୋ ଡର କାହାକୁ’, ‘ମୋ ସୁନା ପୁଅ’  ‘ଲାଲ ପାନ ବିବି ସ୍ମାର୍ଟ ଫ୍ୟାମିଲି’ ଭଳି ଫିଲ୍ମରେ ମା’ ରୋଲ କରିଥିଲେ।

ସୁଜାତା ଆନନ୍ଦ

ସୁଜାତା ଆନନ୍ଦ ଓଡ଼ିଆ ଫିଲ୍ମ ଜଗତର ଜଣେ ଜଣାଶୁଣା ଅଭିନେତ୍ରୀ। ପ୍ରାୟ ୫୦ରୁ ଅଧିକ ଫିଲ୍ମରେ ଅଭନୟ କରି ସେ ଦର୍ଶକଙ୍କ ହୃଦୟରେ ଛାପ ଛାଡ଼ିଯାଇଛନ୍ତି। ଆସୁଛି ‘ମୋ କାଳିଆ ସୁନା’, ‘ଜୋର ଯା’ର ମୁଲକ ତାର’ ଆଦି ଫିଲ୍ମରେ ମା’ ଚରିତ୍ରରେ ତାଙ୍କ ଅଭିନୟ ହୃଦୟସ୍ପର୍ଶୀ ଥିଲା।

Comment