ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତ ଦିନେ ଦହି ଖାଇଲେ ଅନେକ ପ୍ରକାର ଫାଇଦା ମିଳିଥାଏ। ତେବେ ଏମିତି କିଛି ଖାଦ୍ୟ ଅଛି ଯାହାକୁ ଦହି ସହ ମିଶାଇ ଖାଇଲେ ବାନ୍ତି, ମୁଣ୍ଡ ବିନ୍ଧା, ପେଟ ଯନ୍ତ୍ରଣା ପରି ସମସ୍ୟା ହୋଇଥାଏ। ଜାଣନ୍ତୁ ସେମିତି କିଛି ଖାଦ୍ୟ ବିଷୟରେ…

ଦହି ଓ ଖଟା ଫଳ

ଦହି ସହ କଦାପି ଖଟା ଫଳ ଖାଆନ୍ତୁ ନାହିଁ। କାଣରେ ଦହି ଓ ଖଟା ଫଳରେ ଭିନ୍ନ ଭିନ୍ନ ଏନଜାଇମ୍ ରହିଥାଏ। ତେଣୁ ସେସବୁକୁ ଏକାଠି ସେବନ କରିବା ଦ୍ୱାରା ପାଚନ କ୍ରିୟା ପ୍ରଭାବିତ ହୋଇଥାଏ। ଏଥିସହ ଶରୀରରେ ଟକ୍ସିନର ମାତ୍ରା ବଢ଼ିଯାଏ।ଦହି ଓ ମାଛ

ଦହି ସହ ମାଛ ଖାଆନ୍ତୁ ନାହିଁ। ନଚେତ୍ ପେଟ ସମସ୍ୟା, ବାନ୍ତି ଭଳି ସମସ୍ୟା ହୋଇପାରେ।

ଦହି ସହ ପରଟା ଓ ପୁରୀ

ଅନେକ ଲୋକ ଦହି ସହିତ ପରଟା ଓ ପୁରୀ ଖାଇଥାନ୍ତି। କିନ୍ତୁ ଏପରି କରିବା ଅନୁଚିତ୍। କାରଣ ଦହିରେ ଥିବା ଏନଜାଇମ୍ ପରଟା ଓ ପୁରୀରେ ଥିବା ଫ୍ୟାଟକୁ ହଜମ କରିବାରେ ବାଧା ଦେଇଥାଏ।ଦହି ଓ ମାଂସ

ଦହି ସହ କଦାପି ମାଂସ ସେବନ କରନ୍ତୁ ନାହିଁ। ଏହାଦ୍ୱାରା ପାଚନ କ୍ରିୟା ବାଧାପ୍ରାପ୍ତ ହେବା ସହ ପେଟ ସମସ୍ୟା ସୃଷ୍ଟି ହୋଇଥାଏ।

Comment