ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜି ବିଜୁ ଜନତା ଦଳା (ବିଜେଡି) ନିଜର ୨୪ତମ ପ୍ରତିଷ୍ଠା ଦିବସ ପାଳନ କରୁଛି। ଭୁବନେଶ୍ୱର ଫରେଷ୍ଟ ପାର୍କସ୍ଥିତ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତରେ ମାଲ୍ୟାର୍ପଣ କରାଯାଇଛି। ଏହି ଅବସରରେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଦଳୀୟ ନେତା ଓ କର୍ମୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

‘‘ଦଳୀୟ ନେତା. କର୍ମୀଙ୍କ ଭଲପାଇବା, ଉତ୍ସର୍ଗୀକୃତ କାର୍ଯ୍ୟ ବଳରେ ବିଜେଡି ଲୋକମାନଙ୍କ ଦଳ ସାଜିଛି। ସମ୍ପର୍କକୁ ଅତୁଟ ରଖି ଏକ ଶ୍ରେଷ୍ଠ ଓଡ଼ିଶା ଗଠନ ଦିଗରେ ଆଗକୁ ବଢ଼ିବା’’, ଟୁଇଟ କରି ଏହି ଆହ୍ୱାନ ଦେଇଛନ୍ତି ନବୀନ ପଟ୍ଟନାୟକ।

ପ୍ରତିଷ୍ଠା ଦିବସରେ ଦଳୀୟ କାର୍ଯ୍ୟାଳୟରେ ଏକ ସାଧାରଣ ସଭାର ଆୟୋଜନ କରାଯାଇଛି। ଭିଡିଓ କନଫରେନ୍ସିଂ ଜରିଆରେ ଏଥିରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସାମିଲ ହେବେ ବୋଲି ସୂଚନା ମିଳିଛି।

୧୯୯୭ ଡିସେମ୍ବର ୨୬ରେ ବିଜୁଙ୍କ ନାଁରେ ଗଠନ ହୋଇଥିଲା ବିଜୁ ଜନତା ଦଳ। ବିଜୁଙ୍କ ଆଦର୍ଶ, ବିଚାରଧାରା ଓ ଲକ୍ଷ୍ୟକୁ ନେଇ ଏହି ଦଳ ଗଠନ କରାଯାଇଥିଲା। ଏହାର ମଙ୍ଗ ଧରିଥିଲେ ନବୀନ। ଗତ ୨୩ ବର୍ଷରେ ନବୀନ ସଫଳତାର ସହ ଗୋଟିଏ ପରେ ଗୋଟିଏ ଗୋଟି ଚାଳନା କରି କ୍ଷମତା ଓ ଲୋକପ୍ରିୟତାର ଶୀର୍ଷରେ ରହିଛନ୍ତି।

LEAVE A REPLY

Please enter your comment!
Please enter your name here