ଓଡ଼ିଶାଲାଇଭ୍ ବ୍ୟୁରୋ

ଶୀତଦିନେ ତ୍ଵଚା ସହିତ କେଶ ମଧ୍ୟ ଶୁଷ୍କ ହୋଇଯାଏ। ତେବେ ଅଧିକାଂଶ ଲୋକ ତ୍ଵଚା ପାଇଁ ବିଭିନ୍ନ ଉପଚାର କରୁଥିବା ବେଳେ କେଶ ପ୍ରତି ସେତେ ଧ୍ୟାନ ଦେଇନଥାନ୍ତି। ଫଳରେ କେଶ ଫାଟିବା, ଝଡ଼ିବା, ରୂପି ଆଦି ସମସ୍ୟା ଦେଖାଦିଏ। ଯଦି ଆପଣ ବି ଏହି ସମସ୍ୟା ଭୋଗୁଛନ୍ତି ତେବେ ବ୍ୟସ୍ତ ହୁଅନ୍ତୁ ନାହିଁ। ଏଭଳି କିଛି ଟିପ୍ସ ଅଛି ଯାହାକୁ ଆପଣାଇଲେ ଆପଣ ଏହି ସମସ୍ୟାରୁ ତୁରନ୍ତ ମୁକ୍ତି ପାଇପାରିବେ।ଅଲିଭ୍ ତେଲ ବ୍ୟବହାର କରନ୍ତୁ

ଶୀତଦିନେ ଅଲିଭ୍ ତେଲ ବ୍ୟବହାର କେଶକୁ ସୁସ୍ଥ ରଖିଥାଏ। ଦୁଇ ଚାମଚ ଅଲିଭ୍ ତେଲକୁ ଗରମ କରି କେଶ ମୂଳରେ ମାଲିସ୍ କରନ୍ତୁ। ଏହାଦ୍ଵାରା କେଶ ଝଡ଼ିବା ମଧ୍ୟ ବନ୍ଦ ହୋଇଥାଏ।

ଲେମ୍ବୁ ଓ ନଡ଼ିଆ ତେଲ

ରୂପି ସମସ୍ୟାରୁ ମୁକ୍ତି ପାଇଁ ରାତିରେ ଲେମ୍ବୁ ରସ ଓ ନଡ଼ିଆ ତେଲ ମିଶାଇ କେଶ ମୂଳରେ ମାଲିସ କରନ୍ତୁ। ସକାଳୁ ଶିକାକାଇ ସାମ୍ପୁରେ କେଶ ଧୋଇନିଅନ୍ତୁ।

କେଶକୁ ଖୋଲା ଛାଡ଼ନ୍ତୁ ନାହିଁ

ଶୀତଦିନେ ଯଥାସମ୍ଭବ କେଶ ବାନ୍ଧି ବାହାରକୁ ଯାଆନ୍ତୁ। ଏହାଛଡ଼ା ଓଦା କେଶକୁ ଭଲ ଭାବେ ଶୁଖାଇବା ପରେ ବାନ୍ଧନ୍ତୁ। ଏଭଳି କରିବା ଦ୍ଵାରା ଆପଣଙ୍କ କେଶ ଝଡ଼ିବନି କି ଶୁଷ୍କ ମଧ୍ୟ ହେବନାହିଁ।ହେୟାର ଡ୍ରାୟର ବ୍ୟବହାର କରନ୍ତୁନି

ଶୀତଦିନେ କେଶ ଶୁଖାଇବା ପାଇଁ ଯଦି ହେୟାର ଡ୍ରାୟର ବ୍ୟବହାର କରୁଛନ୍ତି ତେବେ ସେଭଳି କରନ୍ତୁ ନାହିଁ। ହେୟାର ଡ୍ରାୟର ବ୍ୟବହାର କଲେ କେଶ ଅଧିକ ଶୁଷ୍କ ହେବା ସହ ଦୁର୍ବଳ ମଧ୍ୟ ହୋଇଯାଏ।

Comment