ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଶାହରୁଖଙ୍କ ଫିଲ୍ମରେ ତମାମ ଅଭିନେତ୍ରୀ ବଲିଉଡରେ ଡେବ୍ୟୁ କରିଥିଲେ। ସେମାନଙ୍କ ଭିତରୁ ଅଧିକାଂଶ ଅଭିନେତ୍ରୀ ଏବେ ବି ପରଦାରେ ରାଜ୍‌ କରୁଛନ୍ତି।

ଦୀପିକା ପାଦୁକୋନ

ବଲିଉଡର ଅନ୍ୟତମ ହିଟ୍‌ ଅଭିନେତ୍ରୀ ଦୀପିକା ପାଦୁକୋନ୍ ଶାହରୁଖଙ୍କ ଫିଲ୍ମ ‘ଓମ୍ ଶାନ୍ତି ଓମ୍’ରୁ ନିଜ କ୍ୟାରିଅର୍ ଆରମ୍ଭ କରିଥିଲେ। ଏହି ଯୋଡିଙ୍କୁ ଦର୍ଶକ ପସନ୍ଦ କରିଥିଲେ। ‘ଓମ୍ ଶାନ୍ତି ଓମ୍’ ବକ୍ସ ଅଫିସରେ ସୁପର ହିଟ୍ ହୋଇଥିଲା ଏବଂ ଦୀପିକାଙ୍କ କ୍ୟାରିଅର୍ ମଧ୍ୟ ଏଠାରୁ ଆରମ୍ଭ ହୋଇଥିଲା।

ଅନୁଷ୍କା ଶର୍ମା

ବଲିଉଡର ହିଟ୍‌ ହିରୋଇନ୍‌ ଅନୁଷ୍କା ଶାହରୁଖଙ୍କ ବିପକ୍ଷରେ ଫିଲ୍ମ ‘ରବ୍‌ ନେ ବନାଦି ଯୋଡି’ରେ ଡେବ୍ୟୁ କରିଥିଲେ। ଏହାପରେ ଗୋଟିଏ ପରେ ଗୋଟିଏ ଫିଲ୍ମ କରି ସେ ଦର୍ଶକଙ୍କ ମନ ଜିତିଥିଲେ।

ପ୍ରୀତି ଜିଣ୍ଟା

ଶାହାରୁଖ ଖାନଙ୍କ ସହ ଡେବ୍ୟୁ କରିଥିବା ଅଭିନେତ୍ରୀମାନଙ୍କ ତାଲିକାରେ ପ୍ରୀତି ଜିଣ୍ଟାଙ୍କ ନାମ ମଧ୍ୟ ରହିଛି। ପ୍ରୀତିଙ୍କ ପ୍ରଥମ ଫିଲ୍ମ ଥିଲା ‘ଦିଲ୍ ସେ’।

ଶିଳ୍ପା ସେଟ୍ଟୀ

ଶିଳ୍ପା ଶେଟ୍ଟୀଙ୍କ ପ୍ରଥମ ଫିଲ୍ମ ଶାହାରୁଖଙ୍କ ସହ ଥିଲା। ଫିଲ୍ମ ‘ବାଜିଗର’ରେ ଶିଳ୍ପା ଏବଂ ଶାହରୁଖ ଏକାଠି କାମ କରିଥିଲେ। ଏହା ଥିଲା ଶିଳ୍ପାଙ୍କର ଡେବ୍ୟୁ ଫିଲ୍ମ। ଏହି ଫିଲ୍ମରେ ଶିଳ୍ପାଙ୍କ ଚରିତ୍ର ଛୋଟ ଥିଲେ ବି ଗୁରୁତ୍ୱପୂର୍ଣ୍ଣ ଥିଲା।

 ମହିମା ଚୌଧୁରୀ

ମହିମା ଶାହରୁଖ ଖାନଙ୍କ ସହ ଫିଲ୍ମ ‘କ୍ଷମା’ରୁ ବଲିଉଡରେ ପ୍ରବେଶ କରିଥିଲେ। ସେତେବେଳେ ମହିମାଙ୍କୁ ଦର୍ଶକ ପସନ୍ଦ କରିଥିଲେ। ପରେ ଫ୍ଲପ୍‌ ହେବା ଯୋଗୁଁ ସେ ଗ୍ଲାମର ଦୁନିଆରୁ ଦୂରେଇ ଗଲେ।

ସୁଚିତ୍ରା କୃଷ୍ଣମୂର୍ତ୍ତି

ସୁଚିତ୍ରା କୃଷ୍ଣମୂର୍ତ୍ତି ଶାହରୁଖ ଖାନଙ୍କ ବିପକ୍ଷରେ ଫିଲ୍ମ ‘କଭି ହାଁ କଭି ନା’ରୁ ବଲିଉଡରେ ଡେବ୍ୟୁ କରିଥିଲେ। କିନ୍ତୁ ସେ ସଫଳତା ହାସଲ କରିପାରିନଥିଲେ। ୧୯୯୯ରେ ବିବାହ ପରେ ସେ ଫିଲ୍ମରୁ ନିଜକୁ ଦୂରେଇ ରଖିଥିଲେ।

Comment