ଓଡ଼ିଶାଲାଇଭ୍‌ ବ୍ୟୁରୋ

ଉତ୍ତରପ୍ରଦେଶ, ଗାଜିଆବାଦରେ ଥିବା ଏକ ଶ୍ମଶାନ ଘାଟରେ ଘଟିଥିବା ମର୍ମନ୍ତୁଦ ଘଟଣାରେ ଏଯାଏଁ ମୃତ୍ୟୁ ସଂଖ୍ୟା ବୃଦ୍ଧି ଘଟି ୨୫ରେ ପହଞ୍ଚିଲାଣି। ଏହାସହିତ ପ୍ରାୟ ୨୦ ଜଣ ଲୋକ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣାରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଶୋକ ପ୍ରକାଶ କରିବା ସହିତ ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।

ରବିବାର ସକାଳେ ମୁରାଦନଗର ଅଞ୍ଚଳର ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଥିଲା। ସେହି ବ୍ୟକ୍ତିଙ୍କ ଅନ୍ତିମ ସଂସ୍କାର କରିବାକୁ କିଛି ଲୋକ ଶ୍ମଶାନକୁ ଆସିଥିଲେ। ସେହି ସମୟରେ ଲଗାଣ ବର୍ଷା ଯୋଗୁଁ ହଠାତ ଶଶ୍ମାନର ଛାତ ଭୁଶୁଡ଼ି ପଡ଼ିଥିଲା। ଫଳରେ ଭଙ୍ଗା ଛାତ ତଳେ ଚାପି ହୋଇ ରବିବାର ପ୍ରାୟ ୧୬ ଜଣଙ୍କ ପ୍ରାଣ ଯାଇଥିଲା। ସେହିପରି କିଛି ବ୍ୟକ୍ତି ସେଠାରେ ଫସି ରହିଥିଲେ। ସୋମବାରକୁ ମୃତ୍ୟୁ ସଂଖ୍ୟା ୨୫କୁ ବୃଦ୍ଧି ଘଟିଛି।

ଏହି ମୃତକଙ୍କ ମଧ୍ୟରେ ମୃତ ବ୍ୟକ୍ତିଙ୍କୁ ମୁଖାଗ୍ନି ଦେବାକୁ ଆସିଥିବା ତାଙ୍କ ପୁଅ ସାମିଲ ଅଛନ୍ତି।

Comment