ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କରୋନା କାଳରେ ପ୍ରବାସୀ ଏବଂ ଅସହାୟମାନଙ୍କୁ ସାହାଯ୍ୟ କରି ବଲିଉଡ ଅଭିନେତା ସୋନୁ ସୁଦ ଦେବଦୂତର ଆଖ୍ୟା ପାଇଛନ୍ତି। ସୋନୁଙ୍କ ଏହି ମହାନ କାମର ପ୍ରଭାବ ଏବେ ତାଙ୍କ ବୃତ୍ତିଗତ ଜୀବନରେ ମଧ୍ୟ ଦେଖିବାକୁ ମିଳିଛି। ପୂର୍ବରୁ ଅନେକ ନେଗେଟିଭ୍ ରୋଲରେ ନଜର ଆସିଥିବା ସୋନୁ ଖୁବଶୀଘ୍ର ଚାଷୀ ଭୂମିକାରେ ନଜର ଆସିବେ ବୋଲି ଜଣାପଡ଼ିଛି। ନିର୍ଦ୍ଦେଶକ ରାଜ ଶାଣ୍ଡିଲ୍ୟଙ୍କ ଆଗାମୀ ଫିଲ୍ମ ‘କିସାନ’ରେ ସୋନୁଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ।ଏହି ଫିଲ୍ମରେ ସୋନୁଙ୍କ ବ୍ୟତୀତ ଆଉ କିଏ ସବୁ ନଜର ଆସିବେ ସେନେଇ କିଛି ସ୍ପଷ୍ଟ ହୋଇନାହିଁ। ଈଶ୍ୱର ନିବାସ ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱ ସମ୍ଭାଳିଥିବା ବେଳେ ରାଜ ଶାଣ୍ଡିଲ୍ୟ ଏହାକୁ ପ୍ରଯୋଜନା କରିଛନ୍ତି। କୃଷକଙ୍କ କାହାଣୀକୁ ନେଇ ଏହି ଫିଲ୍ମ ପ୍ରସ୍ତୁତ ହେଉଥିବା ଜଣାପଡ଼ିଛି।

ସୋନୁଙ୍କ ଏହି ଫିଲ୍ମର ସଫଳତା ପାଇଁ ବିଗ୍ ବି ଅମିତାଭ ବଚ୍ଚନ ଟୁଇଟ୍ କରି ଶୁଭେଚ୍ଛା ଜଣାଇଛନ୍ତି। କିଛି ଦିନ ଆଗରୁ ସୋନୁ ସୁଦଙ୍କ ବହି ‘ମସିହା ନହିଁ ହୁଁ’ ରିଲିଜ୍ ହୋଇଥିଲା। ଏଥିରେ ସୋନୁ ଲକଡାଉନ୍ ସମୟରେ ନିଜ ଅନୁଭୂତି ବିଷୟରେ ବର୍ଣ୍ଣନା କରିଛନ୍ତି।

Comment