ଓଡ଼ିଶାଲାଇଭ ବ୍ୟୁରୋ

ବଲିଉଡ୍‌ ହିରୋଇନ ବିପାଶା ବସୁ ଆଜି ତାଙ୍କ ୪୨ ତମ ଜନ୍ମଦିନ ପାଳନ କରୁଛନ୍ତି। ୧୯୭୯ ମସିହା ଜାନୁଆରି ୭ ତାରିଖରେ ସେ ଜନ୍ମ ଗ୍ରହଣ କରିଥିଲେ। ତେବେ ୪୨ ବର୍ଷ ବୟସରେ ରେ ମଧ୍ୟ ସେ ନିଜକୁ କେମିତି ଫିଟ୍‌ ରଖିଛନ୍ତି ଆସନ୍ତୁ ଜାଣିବା।

ବିପାଶା ନିଜ ସ୍ଵାସ୍ଥ୍ୟ ଓ ଫିଟ୍‌ନେସ୍‌କୁ ନେଇ ସେ ସବୁବେଳେ ସଚେତନ। ନିଜକୁ ସବୁବେଳେ ଫିଟ୍ ଓ ଆକ୍ଟିଭ୍ ରଖିବା ପାଇଁ ନିୟମିତ ଯୋଗାସନ ଓ ବ୍ୟାୟାମ କରିନ୍ତି ସେ। ଏହାସହିତ ଖାଦ୍ୟପେୟ ଉପରେ ବି ବିଶେଷ ଧ୍ୟାନ ଦିଅନ୍ତି ଏହି ବଙ୍ଗୀୟ ସୁନ୍ଦରୀ। ଏହା ହିଁ ତାଙ୍କ ସୌନ୍ଦର୍ଯ୍ୟ ଆଉ ଫିଟ୍‌ନେସ୍‌ର ମୂଳମନ୍ତ୍ର ବୋଲି ‘ଇଣ୍ଡିଆ ହେଲ୍‌ଥ୍‌ କେୟାର୍’କୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ବିପାଶା। ଆସନ୍ତୁ ଜାଣିବା ବିପାଶା ବସୁଙ୍କ ଫିଟ୍‌ନେସ୍‌ ସିକ୍ରେଟ୍ସ…

ସେ କହନ୍ତି, ନିଜକୁ ସବୁବେଳେ ଫିଟ୍ ରଖିବା ପାଇଁ ନିଜକୁ ଭଲ ପାଇବା ନିହାତି ଜରୁରୀ। ଠିକ୍ ସମୟରେ ଖାଦ୍ୟ ଖାଇବା ସହିତ ବ୍ୟାୟାମ କରିବା ଆବଶ୍ୟକ। ଶରୀରକୁ ସଠିକ୍‌ ବିଶ୍ରାମ ଦେବା ଆବଶ୍ୟକ। ସବୁଦିନ ଭିନ୍ନ ଭିନ୍ନ ବ୍ୟାୟାମ କରିବା ଉଚିତ।

ଦୈନିକ ଖାଦ୍ୟାଭ୍ୟାସରେ କିଛି ନା କିଛି ପରିବର୍ତ୍ତନ ଆଣନ୍ତୁ। ଦିନକୁ ଅତିକମ୍‌ରେ ୬ଟି ଅଣ୍ଡା ଆଉ ୨ଟି ଅଣ୍ଡା କେଶର ଖାଆନ୍ତୁ। ସକାଳୁ ଆଲ୍‌ମଣ୍ଡ୍‌ ମିଲ୍କ ସହିତ ଓଟ୍‌ସ୍‌, ଫଳ ଆଉ ବାଦାମ ଖାଇଲେ ଭଲ। ପ୍ରତିଦିନ ଆହାରରେ ଗ୍ରିଲ୍ଡ ଚିକେନ୍‌, ଗ୍ରିଲ୍‌ଡ ମାଛ, ପନିପରିବା ଭଳି ପ୍ରୋଟିନ୍‌ଯୁକ୍ତ ଖାଦ୍ୟ, ବିଟ୍, କନ୍ଦମୂଳ, କଞ୍ଚା କଦଳୀ, ଭେଣ୍ଡି, କଖାରୁ ଖାଆନ୍ତୁ।

ବେଳେ ବେଳେ ଅତିରିକ୍ତ କ୍ୟାଲୋରୀ ଘଟାଇବା ପାଇଁ ଉପବାସ ବି କରିବା ଭଲ।

ଅତ୍ୟଧିକ ଚିନି ଓ ଲୁଣ ସ୍ୱାସ୍ଥ୍ୟ ପାଇଁ ହାନିକାରକ। ସଜ ପନିପରିବା, ଫଳ, ଶସ୍ୟ ଜାତୀୟ ଖାଦ୍ୟ, ବାଦାମ, ମାଛ, ଅଣ୍ଡା, ଚିକେନ୍ ଭଳି ଖାଦ୍ୟ ଖାଇଲେ ଶରୀର ଫିଟ୍ ରହିଥାଏ।

ଶରୀରର ଆକାର ଓ ପ୍ରକାର ଅନୁଯାୟୀ ବ୍ୟାୟାମ କରନ୍ତୁ। ଅତ୍ୟଧିକ ପାଣି ପିଇବା, ବିଶ୍ରାମ ନେବା ଆଉ ମେଡିଟେସନ୍ କରିବା ନିହାତି ଜରୁରୀ।

ଓଜନ କମ୍ କରିବା ପାଇଁ କୌଣସି ବଟିକା ନ ଖାଇ ସକାଳୁ ଲେମ୍ବୁ ପାଣି ପିଇପାରିବେ। ଉଷୁମ ପାଣି ପିଇଲେ ଆହୁରି ଭଲ।

ପ୍ରତିଦିନ ଅତିକମ୍‌ରେ ୧୦ ମିନିଟ୍ ଯୋଗ ଓ ପ୍ରାଣାୟାମ କରନ୍ତୁ। ଏହା ଶରୀରକୁ ସୁସ୍ଥ ରଖିବା ସହିତ ମାନସିକ ସ୍ୱାସ୍ଥ୍ୟକୁ ଭଲ ରଖିଥାଏ।

ପ୍ରତିଦିନ ବ୍ୟାୟାମ କରିବା ପାଇଁ ସମୟ ବାହାର କରନ୍ତୁ।

Comment