ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ୟାପିଟାଲ ହିଂସା ପରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଟୁଇଟର ଆକାଉଣ୍ଟ ବନ୍ଦ ହୋଇଛି। ଟୁଇଟର ପକ୍ଷରୁ ଟ୍ରମ୍ପଙ୍କ ଆକାଉଣ୍ଟକୁ ସ୍ଥାୟୀ ଭାବେ ବନ୍ଦ କରି ଦିଆଯାଇଛି।

ଆମେରିକା ସଂସଦ କ୍ୟାପିଟାଲ ହିଲରେ ଟ୍ରମ୍ପଙ୍କ ସମର୍ଥକଙ୍କ ହିଂସାକାଣ୍ଡ ପରେ ଟୁଇଟର ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି। ଆଗକୁ ଟ୍ରମ୍ପଙ୍କ ସମର୍ଥକ ଏଭଳି କାଣ୍ଡ ଘଟାଇାବା ନେଇ ଆଶଙ୍କା ଥିବାରୁ ଏହି ନିଷ୍ପତ୍ତି ନଆଯାଇଥିବା ଟୁଇଟର ସ୍ପଷ୍ଟୀକରଣ ଦେଇଛି।

ଗତ ବୁଧବାର ଆମେରିକାରେ ହିଂସା ପରେ ୧୨ ଘଣ୍ଟା ପାଇଁ ଟ୍ରମ୍ପଙ୍କ ଟୁଇଟରକୁ ବନ୍ଦ କରାଯାଇଥିଲା। ୧୨ ଘଣ୍ଟା ପରେ ବାରମ୍ବାର ଟ୍ରମ୍ପ ଟୁଇଟ କରିଥିଲେ। ଏହି ଟୁଇଟ ସବୁକୁ ସମୀକ୍ଷା କରିବା ପରେ ଟୁଇଟର ତାଙ୍କ ଆକାଉଣ୍ଟକୁ ବନ୍ଦ କରି ଦେଇଛି।

ବୁଧବାର କ୍ୟାପିଟାଲ ହିଲରେ ନବ ନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନଙ୍କ ଶପଥ ଗ୍ରହଣ ପାଇଁ ପ୍ରସ୍ତୁତି ଚାଲିଥିବା ବେଳେ ଉତ୍ତ୍ୟକ୍ତ ଟ୍ରମ୍ପ ସମର୍ଥକମାନେ ପୁଣି ହିଂସାକାଣ୍ଡ ଘଟାଇଥିଲେ। ହଜାର ହଜାର ଟ୍ରମ୍ପ ସମର୍ଥକ ଅସ୍ତ୍ରଶସ୍ତ୍ର ଧରି କ୍ୟାପିଟାଲ ହିଲ ଭିତରକୁ ଧସେଇ ପଶିଥିଲେ। ସେଠାରେ ଭଙ୍ଗାରୁଜା କରିବା ସହ ସିନେଟ୍ ଭିତରେ ଥିବା ସାଂସଦମାନଙ୍କୁ ବାହାର କରିଦେଇଥିଲେ। ପରିସ୍ଥିତି ଅଣାୟତ୍ତ ହେବା ଦେଖି ସେଠାରେ ମୁତୟନ ଥିବା ସୁରକ୍ଷାକର୍ମୀମାନେ ଲାଠି ଚାର୍ଜ ସହ ଲୁହବୁହା ଗ୍ୟାସ୍ ପ୍ରୟୋଗ କରିଥିଲେ। ଟ୍ରମ୍ପଙ୍କ ସମର୍ଥକ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ଚାଳନା ମଧ୍ୟ ହୋଇଥିଲା। ଏହି ହିଂସାକାଣ୍ଡରେ ୪ ଜଣ ଲୋକଙ୍କ ମୃତ୍ୟୁ ଘଟିଥିଲା। ଏହାପରେ ସେଠାରେ ୧୫ ଦିନ ପାଇଁ ଜରୁରୀ ପରିସ୍ଥିତ ଘୋଷଣା ହୋଇଥିଲା।

Comment