ଓଡ଼ିଶାଲାଇଭ୍‌ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ଅନୁଷ୍କା ଶର୍ମା, ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ଘରକୁ ଆସିଲା ନୂଆ ଅତିଥି। ମୁମ୍ବାଇର ଏକ ହସ୍ପିଟାଲରେ ଅନୁଷ୍କା ଶର୍ମା ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ବିରାଟ ସୋସିଆଲ ମିଡିଆରେ ଫ୍ୟାନ୍ସମାନଙ୍କୁ ଏହି ଖୁସି ଖବର ଦେଇଛନ୍ତି।

ଏହି ପୋଷ୍ଟ ପରେ ବଲିଉଡଠାରୁ ଆରମ୍ଭ କରି କ୍ରିକେଟ ଜଗତ ପର୍ଯ୍ୟନ୍ତ ସବୁଆଡ଼ୁ ବିରୁଷ୍କାଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି। ପ୍ରଂଶସକମାନେ ମଧ୍ୟ ସୋସିଆଲ ମିଡିଆରେ ବିରାଟ ଅନୁଷ୍କାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

୨୦୧୭ ମସିହାରେ ବିରାଟ ଅନୁଷ୍କା ଇଟାଲିରେ ବିବାହ କରିଥିଲେ। ୨୦୨୦ ଅଗଷ୍ଟ ମାସରେ ଅନୁଷ୍କା ଗର୍ଭବତୀ ଥିବା ବିରାଟ ସୋସିଆଲ ମିଡିଆରେ ଘୋଷଣା କରିଥିଲେ।

Comment