ଓଡ଼ିଶାଲାଇଭ୍‌ ବ୍ୟୁରୋ

ସ୍ୱଦେଶୀ ଟିକା କୋଭିସିଲ୍ଡ ପରେ ବୁଧବାର ଓଡ଼ିଶାରେ ପହଞ୍ଚିଛି ଭାରତ ବାୟୋଟେକ ଓ ଆଇସିଏମଆର ଦ୍ୱାରା ପ୍ରସ୍ତୁତ ଟିକା କୋଭାକ୍ସିନ। ହାଇଦ୍ରାବାଦରୁ ଏହାର ୨୦ ହଜାର ଡୋଜ ରାଜ୍ୟକୁ ଆସିଥିବା ଜଣାପଡ଼ିଛି। ଏହି ଟିକାକୁ ଏବେ ରାଜ୍ୟ ଟିକା ଭଣ୍ଡାରରେ ରଖାଯାଇଛି। ଏହାକୁ ପର୍ଯ୍ୟାୟକ୍ରମେ ବିଭିନ୍ନ ଜିଲ୍ଲାକୁ ପଠାଯିବ। ତେବେ ରାଜ୍ୟରେ ୨ଟି ଟିକା ପହଞ୍ଚିଥଲା ବେଳେ କାହାକୁ କେଉଁ ଟିକା ଦିଆଯିବ ତାହା ସରକାର ସ୍ଥିର କରିବେ।

ଅନ୍ୟପଟେ ପୁଣେରୁ ଆସିଥିବା କୋଭିସଲ୍ଡ ଟିକା ଆସି ଭୁବନେଶ୍ୱରରେ ପହଞ୍ଚିବା ପରେ ବିଭିନ୍ନ ଜିଲ୍ଲାକୁ ଏହା ପର୍ଯ୍ୟାୟକ୍ରମେ ପଠାଯିବା ପ୍ରକ୍ରିୟା ଚାଲିଛି ।

ମଙ୍ଗଳବାର ସନ୍ଧ୍ୟାରେ ରାଜ୍ୟ ଟିକା ଭଣ୍ଡାରରୁ କଟକ, ପୁରୀ ଓ ନୟାଗଡ ଜିଲ୍ଲାକୁ ଟିକା ଦିଆଯାଇଛି। କଟକକୁ ୧୯ ହଜାର ୧ ଶହ ଡୋଜ ଯାଇଥିଲା ବେଳେନୟାଗଡକୁ ୪ ହଜାର ଓ ପୁରୀକୁ ୭ ହଜାର ଡୋଜ ଯାଇଛି। କଡା ସୁରକ୍ଷା ଭିତରେ ସ୍ୱତନ୍ତ୍ର ଭ୍ୟାନ ଯୋଗେ ଏହି ଟିକା ସଂପୃକ୍ତ ଜିଲ୍ଲାଗୁଡିକୁ ଯାଇଛି। ଆଜି ମଧ୍ୟ ବିଭିନ୍ନ ଜିଲ୍ଲାକୁ ଟିକା ପଠାଇବା ପ୍ରକ୍ରିୟା ଜାରି ରହିଛି।

Comment