ଓଡ଼ିଶାଲାଇଭ୍ ବ୍ୟୁରୋ

ଭାରତ-ଅଷ୍ଟ୍ରେଲିଆ ଚତୁର୍ଥ ଟେଷ୍ଟରେ ଶତକ ହାସଲ କରିଛନ୍ତି ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ୍ ମାର୍ନସ ଲବୁସଚେଞ୍ଜ। ଏହାସହ ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା କଙ୍ଗାରୁ ଦଳ ୫ ୱିକେଟ୍ ହରାଇ ୨୭୪ ରନ୍ କରିପାରିଛି। ଟିମ୍ ଇଣ୍ଡିଆ ପକ୍ଷରୁ ଟି ନଟରାଜନ ପ୍ରଭାବୀ ବୋଲିଂ କରିଥିଲେ ବି ଅଷ୍ଟ୍ରେଲିଆ ପ୍ରଥମ ଦିନରେ ଦୃଢ଼ ସ୍ଥିତିରେ ରହିଛି।

ଶୁକ୍ରବାର ଅଷ୍ଟ୍ରେଲୀୟ ଅଧିନାୟକ ଟିମ୍ ପେନ୍ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ଏହାପରେ ଦଳ ପକ୍ଷରୁ ୱାର୍ନର ଓ ମାର୍କ୍ସ ହାରିସ ଇଂନିସ ଓପନ କରିଥିଲେ। ମାତ୍ର ୧୭ ରନ୍ ଭିତରେ କିନ୍ତୁ ଅଷ୍ଟ୍ରେଲିଆ ନିଜ ଦୁଇ ଓପନରଙ୍କୁ ହରାଇଥିଲା। ଏହା ଷ୍ଟିଭ୍ ସ୍ମିଥ୍ କିଛି ସମୟ ପାଇଁ ଭଲ ବ୍ୟାଟିଂ କରିଥିଲେ ବି ୱାସିଂଟନ ସୁନ୍ଦରଙ୍କ ବଲରେ ଆଉଟ୍ ହୋଇଯାଇଥିଲେ।ଏହାପରେ ଅବଶ୍ୟ ମାର୍ନସ ଲବୁଚେଞ୍ଜ ଶତକ ଅର୍ଜନ କରିବା ସହିତ ଅଷ୍ଟ୍ରେଲିଆକୁ ମଜଭୁତ୍ ସ୍ଥିତି ପ୍ରଦାନ କରିଥିଲେ। ସେ ଆଉଟ୍ ହେବା ପରେ ମାଥ୍ୟୁ ୱାଦେ ବି ଭଲ ଇଂନିସ ଖେଳିଥିଲେ। ପ୍ରଥମ ଦିନ ଖେଳ ଶେଷ ସୁଦ୍ଧା ଅଧିନାୟକ ଟିମ୍ ପେନ୍ ଓ କାମରେନ୍ ଗ୍ରୀନ୍ ବ୍ୟାଟିଂ ଜାରି ରଖିଛନ୍ତି।

ଭାରତ ପକ୍ଷରୁ ଦ୍ରୁତ ବୋଲର ଟି ନଟରାଜନ ସଫଳ ବୋଲର ହୋଇଥିଲେ। ୨୦ ଓଭର ବୋଲିଂ କରି ସେ ଦୁଇଟି ୱିକେଟ୍ ନେଇଥିଲେ। ତାଙ୍କ ସହ ମହମ୍ମଦ ସିରାଜ, ସାର୍ଦ୍ଦୁଲ ଠାକୁର ଓ ୱାସିଂଟନ ସୁନ୍ଦର ଗୋଟିଏ ଲେଖାଏଁ ୱିକେଟ୍ ନେଇଥିଲେ।

LEAVE A REPLY

Please enter your comment!
Please enter your name here