ଓଡ଼ିଶାଲାଇଭ ବ୍ୟୁରୋ

ଝିଅମାନଙ୍କୁ ମେକଅପ୍‌ କରିବାକୁ ଭଲ ଲାଗେ। ହେଲେ ବେଳେ ସେମାନେ ମେକଅପ୍‌ ଛଡ଼ାଇବା ପାଇଁ ଠିକ ଉପାୟ ଆପଣେଇପାରନ୍ତି ନାହିଁ। ଫଳରେ ସେମାନଙ୍କ ତ୍ୱଚା ମେକଅପ୍‌ ଛଡ଼ାଇବା ପରେ ଖରାପ ହୋଇଯାଏ। କିନ୍ତୁ ଯଦି ଘରୋଇ ଉପାୟରେ ମେକଅପ୍‌ ରିମୁଭର ବ୍ୟବହାର କରାଯାଏ ତେବେ ଆପଣଙ୍କ ତ୍ୱଚା ସୁନ୍ଦର ରହିବା ସହିତ ସୁସ୍ଥ ରହିଥାଏ।

  • କିଛି ତୁଳାରେ ଦହି ନେଇ ମୁହଁରୁ ମେକଅପ୍‌ ଓ ଲିପଷ୍ଟିକ ପୋଛି ହେବ। ଏହା ତ୍ୱଚା ପାଇଁ ପ୍ରାକୃତିକ ମଶ୍ଚରାଇଜର ଭଳି କାମ କରେ।
  • କଞ୍ଚାକ୍ଷୀରରେ ଲୁଣ ମିଶାଇ ଏହାକୁ ତୁଳା ସାହାଯ୍ୟରେ ଲଗାଇ ଆପଣ ମେକଅପ ଛଢ଼ାଇପାରିବେ। ଏହାଦ୍ୱାରା ତ୍ୱଚାରୁ ସମସ୍ତ ମଇଳା ପରିଷ୍କାର ହୋଇଥାଏ।
  • ମୁହଁକୁ ସବୁବେଳେ ଥଣ୍ଡାପାଣିରେ ଧୋଇବେ।
  • ଅଲିଭ୍ ଅଏଲ୍ ଥିଲେ ତାକୁ ମଧ୍ୟ ମେକ୍ଅପ୍ ରିମୁଭର ଭାବେ ବ୍ୟବହାର କରିହେବ। ବିଶେଷ କରି ଶୁଷ୍କ ଏବଂ ସମ୍ବେଦନଶୀଳ ତ୍ୱଚା ପାଇଁ ଏହା ଭଲ କାମ ଦେଇଥାଏ।
  • ଭେସ୍ଲିନ୍‌କୁ ଆପଣ ଆଖିର ମେକ୍ଅପ୍‌କୁ ରିମୁଭ୍ କରିବା ଲାଗି ବ୍ୟବହାର କରିପାରିବେ।
  • ଘରେ ଅନ୍ୟ କିଛି ପ୍ରସାଧନ ସାମଗ୍ରୀ ନଥିଲେ ଗୋଲାପ ଜଳ ମାଧ୍ୟମରେ ବି ମେକ୍ଅପ୍ ରିମୁଭ୍ କରିହେବ। ଏହା ତ୍ୱଚାକୁ ଉପଯୁକ୍ତ ପୋଷଣ ମଧ୍ୟ ଦେଇଥାଏ।

Comment