ଓଡ଼ିଶାଲାଇଭ୍‌ ବ୍ୟୁରୋ

‘ଚଲୋ ବୁଲାବା ଆୟା ହୈ’ ଭଳି ଲୋକପ୍ରିୟ ଭଜନ ଗାଇଥିବା ପ୍ରସିଦ୍ଧ ଗାୟକ ନରେନ୍ଦ୍ର ଚଞ୍ଚଲଙ୍କ ପରଲୋକ ଘଟିଛି। ଦିଲ୍ଲୀର ଆପୋଲୋ ହସ୍ପିଟାଲରେ ୮୦ ବର୍ଷ ବୟସରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ଅସୁସ୍ଥତା କାରଣରୁ କିଛି ଦିନ ହେଲା ସେ ହସ୍ପିଟାଲରେ ଭର୍ତ୍ତି ଥିଲେ।

ନରେନ୍ଦ୍ରଙ୍କ ଗୀତ ବିଷୟରେ କହିବାକୁ ଗଲେ, ତାଙ୍କର ହିଟ୍ ଭଜନ ଭିତରେ ରହିଛି ‘ଚଲୋ ବୁଲାବା ଆୟା ହୈ’ ଏବଂ ‘ହେ ଜଙ୍ଗଲ୍ କେ ରାଜା ମେରୀ ମାୟା କୋ ଲେକେ ଆଜା’।

ନରେନ୍ଦ୍ର ଚଞ୍ଚଲ ୧୯୪୦, ଅକ୍ଟୋବର ୧୬ ତାରିଖରେ ଅମୃତସରର ଜନ୍ମଗ୍ରହଣ କରିଥିଲେ। ପିଲାବେଳୁ ସେ ଭକ୍ତି ସଙ୍ଗୀତ ପ୍ରତି ଆକୃଷ୍ଟ ହୋଇଥିଲେ। ବହୁ ସଂଘର୍ଷ ପରେ ସେ ବଲିଉଡରେ କାମ ପାଇଥିଲେ। ସେ ବବି, ବେନାମ ଏବଂ ରୋଟି କପଡ଼ା ମକାନ ଭଳି ଅନେକ ଫିଲ୍ମରେ ଗୀତ ଗାଇଥିଲେ।

ନରେନ୍ଦ୍ର ଚଞ୍ଚଲ ପ୍ରତିବର୍ଷ ବୈଷ୍ଣୋ ଦେବୀଙ୍କ ମନ୍ଦିର ଯାଉଥିଲେ। ଦେଖା କରୁଥିଲେ। ମାତାଙ୍କ ମନ୍ଦିରରେ ଗୀତ ଗାଉଥିଲେ।

Comment