ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ବରୁଣ ଧଓ୍ୱାନ ଜାନୁଆରି ୨୪ରେ ବିବାହ କରିବେ। ପିଲାଦିନ ବାନ୍ଧବୀ ନତାଶା ଦଲାଲଙ୍କୁ ଜୀବନ ସାଥୀ କରିବେ। ମହାରାଷ୍ଟ୍ର ଆଲିବାଗ୍‌ସ୍ଥିତ ‘ନ ମେନସନ୍‌ ହାଉସ’ରେ ଏହି ହାଇ ପ୍ରୋଫାଇଲ ବାହାଘର ଅନୁଷ୍ଠିତ ହେବ। ଏହି ବାହାଘରରେ ବଲିଉଡର ବହୁ କଳାକାର ଅତିଥି ଭାବେ ଯୋଗ ଦେବେ। ଏଥିପାଇଁ ସମସ୍ତ ପ୍ରସ୍ତୁତି ସରିଥିବା ଜଣାପଡ଼ିଛି।

କିଛି ଦିନ ପୂର୍ବରୁ ବରୁଣ ଧଓ୍ୱନ କରୋନା ପଜିଟିଭ ହୋଇଥିଲେ। ଏହି ଦୃଷ୍ଟିରୁ ବରୁଣ ତାଙ୍କ ବାହାଘରରେ ବେଶ ସବାଧାନତା ଅବଲମ୍ବନ କରିବେ ବୋଲି ଜଣାପଡ଼ିଛି।

ବରୁଣ ଓ ନତାଶା ପରସ୍ପରଙ୍କୁ ସ୍କୁଲ ସମୟରୁ ଜାଣିଛନ୍ତି। ସ୍କୁଲ ସରିବା ପରେ ବହୁ ବର୍ଷର ବ୍ୟବଧାନ ପରେ ଉଭୟ ଏକ ମ୍ୟୁଜିକ କନସର୍ଟରେ ଭେଟ ହୋଇଥିଲେ। ଏହାପରେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ହେଲେ ଉଭୟ ନିଜ ସମ୍ପର୍କକୁ ଲୁଚାଇ ରଖିଥଲେ। ବରୁଣ ଫିଲ୍ମକୁ ଆସିବ ପରେ ତାଙ୍କ ଲଭ୍‌ ଲାଇଫ୍‌କୁ ନେଇ କିଛି ଜଣାପଡ଼ିନଥିଲା।

ଶେଷରେ, ୨୦୧୯ରେ କରଣ ଜୋହରଙ୍କ ଟକ୍ ସୋ’ କଫି ଓ୍ୱିଥ କରଣରେ ପ୍ରଥମ ଥର ଲାଗି ବରୁଣ ଧୱନ ନତାଶଙ୍କ ସହିତ ତାଙ୍କ ସମ୍ପର୍କ ବିଷୟରେ ଖୋଲିକି କଥା ହୋଇଥିଲେ। ଉଭୟ ବିବାହ କରିବାକୁ ଯୋଜନା କରୁଥିବା ସେ କହିଥିଲେ।

Comment