ଓଡ଼ିଶାଲାଇଭ୍ ବ୍ୟୁରୋ

ତିନି ସେନାର ପରେଡ ସହ ନୂଆଦିଲ୍ଲୀରେ ଶେଷ ହୋଇଛି ଧ୍ୱଜାବତରଣ ସମାରୋହ। ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶକ୍ରମେ ଶୁକ୍ରବାର ତ୍ରିରଙ୍ଗା ପତାକାକୁ ସମ୍ମାନର ସହ ଅବତରଣ କରାଯାଇଛି।ରାଜପଥରେ ବୁଧବାର ଏଥିପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନ ହୋଇଥିଲା। ଏଥିରେ ତିନି ସେନାର ପରେଡ୍ ପ୍ରଦର୍ଶନ ହେବା ସହ ଡ୍ରମର ତାଳେ ତାଳେ ପାଦ ରଖିଥିଲେ ପରେଡ୍ ଗ୍ରୁପ୍। ପ୍ରଥମେ କାର୍ଯ୍ୟକ୍ରମରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଆସି ଯୋଗଦେଇଥିଲେ। ଏହାପରେ ଆରମ୍ଭ ହୋଇଥିଲା ପରେଡ୍ କାର୍ଯ୍ୟକ୍ରମ। ତିନି ସେନାର ପରେଡ୍ ଗ୍ରୁପ୍ ନିଜର ପରେଡ୍ ପ୍ରଦର୍ଶନ କରିଥିଲେ। ଏହାପରେ ବିଭିନ୍ନ ସାଂସ୍କୃତିକ ଗ୍ରୁପ୍ ଦ୍ୱାରା ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ପ୍ରଦର୍ଶନ କରାଯାଇଥିଲା।ଏହାପରେ ଶେଷରେ ରାଷ୍ଟ୍ରୀୟ ସମ୍ମାନର ସହ ତ୍ରିରଙ୍ଗା ପତାକାକୁ ତଳକୁ ଅଣାଯାଇଥିଲା। ରାଷ୍ଟ୍ରପତିଙ୍କ ନିର୍ଦ୍ଦେଶ ସହିତ ଏହି ଉତ୍ସବକୁ ଶେଷ କରାଯାଇଥିଲା।ଏହି ଉତ୍ସବରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ତିନି ସେନା ମୁଖ୍ୟ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here