ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଧୁନିକ ଓଡ଼ିଆ ସାହିତ୍ୟର ଅନ୍ୟତମ ସଫଳ ବିନ୍ଧାଣୀ ଅଖିଳ ମୋହନ ପଟ୍ଟନାୟକଙ୍କ କ୍ଷୁଦ୍ରଗଳ୍ପଗୁଡ଼ିକୁ କଥନ ଓ ଦୃଶ୍ୟାୟନ ମାଧ୍ୟମରେ ପ୍ରସାରିତ କରିବା ପାଇଁ ଯୋଜନା ପ୍ରସ୍ତୁତ ହୋଇଛି। ଏହି କ୍ରମରେ ପ୍ରଖ୍ୟାତ ନାଟ୍ୟପୁରୁଷ ଓ ବାକ୍‌-ସାଧକ ଅନନ୍ତ ମହାପାତ୍ରଙ୍କ ଦ୍ୱାରା ଅଖିଳ ମୋହନ ପଟ୍ଟନାୟକଙ୍କ ଏକ ବହୁ ଚର୍ଚ୍ଚିତ କ୍ଷୁଦ୍ରଗଳ୍ପ ’ମତ୍ସ୍ୟଗନ୍ଧା’ର କଥନ ଓ ଦୃଶ୍ୟାୟନ ପରିବେଷିତ ହେବ।

ଅଖିଳ ମୋହନ ଫାଉଣ୍ଡେସନ୍‌ ପକ୍ଷରୁ ‘ଅଖିଳାୟନ’ କାର୍ଯ୍ୟକ୍ରମ ଜରିଆରେ ଆସନ୍ତା ଜାନୁଆରି ୩୧ ତାରିଖ (ରବିବାର) ସକାଳ ୮ଟା ବେଳେ ୟୁଟ୍ୟୁବ୍‌ ଏବଂ ଅଖିଳ ମୋହନ ଫାଉଣ୍ଡେସନ୍‌ର ଫେସ୍‌ବୁକ୍‌ ପୃଷ୍ଠାରେ ଏହାର ଭିଡିଓ ଅପ୍‌ଲୋଡ୍‌ କରାଯିବ।

ସାହିତ୍ୟପ୍ରେମୀ ଓ ଅଖିଳ ଅନୁରାଗୀମାନଙ୍କ ଉଦ୍ଦେଶ୍ୟରେ ନିବେଦିତ ଏହି କାର୍ଯକ୍ରମକୁ ବହୁ ସଂଖ୍ୟାରେ ଦେଖିବା ପାଇଁ ଫାଉଣ୍ଡେସନ୍‌ ପକ୍ଷରୁ ଅନୁରୋଧ କରାଯାଇଛି।

ଏହା ପୂର୍ବରୁ ଗତ ଡିସେମ୍ବର ୧୮ ତାରିଖରେ ‘ଅଖିଳ ଜୟନ୍ତୀ’ ଅବସରରେ ଫାଉଣ୍ଡେସନ୍‌ ପକ୍ଷରୁ ପ୍ରଖ୍ୟାତ ନାଟ୍ୟପୁରୁଷ ଓ ବାକ୍‌-ସାଧକ ଅନନ୍ତ ମହାପାତ୍ରଙ୍କ ଅଦ୍ଵିତୀୟ ଶୈଳୀରେ ପରିବେଷିତ ହୋଇଥିବା ଅଖିଳ ମୋହନ ପଟ୍ଟନାୟକଙ୍କ ଅନ୍ୟ ଏକ ଚର୍ଚ୍ଚିତ କ୍ଷୁଦ୍ରଗଳ୍ପ ‘ରୂପନାରାୟଣ ଶାହା’ ପ୍ରସାରିତ ହୋଇ ଖୁବ୍‌ ଆଦୃତି ଲାଭ କରିଥିଲା।

Comment