ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ତରଙ୍ଗ ସିନେ ପ୍ରଡକ୍ସନ ଆଣୁଛି ନୂଆ ଫିଲ୍ମ ‘ଚୁମ୍‌କି ମାଇଁ ଡାର୍ଲିଙ୍ଗ୍‌’। ସବୁଠୁ ମଜା କଥା ହେଉଛି ଏହି ଫିଲ୍ମରେ ଜଣେ ୨୫ ବର୍ଷୀୟ ଯୁବକ ନାୟକ ସାଜିଥିଲା ବେଳେ ତାଙ୍କ ନାୟିକା ସାଜିଛନ୍ତି ଜଣେ ୫୨ ବର୍ଷୀୟ ମହିଳା। ତେବେ ଏହି ୨୫ ବର୍ଷୀୟ ନାୟକ ହେଉଛନ୍ତି ଓଲିଉଡ ଫିଲ୍ମ ଜଗତର ଜଣାଶୁଣା ଅଭିନେତା ସମ୍ବିତ ଆଚାର୍ଯ୍ୟ। ସେହିପରି ତାଙ୍କ ନାୟିକା ହେଉଛନ୍ତି ଅଭିନେତ୍ରୀ ମହାଶ୍ୱେତା ରାୟ।

ଏହି ଫିଲ୍ମରେ ମହାଶ୍ୱେତା ଚୁମ୍‌କି ଚରିତ୍ରରେ ଅଭିନୟ କରିଛନ୍ତି। ଫିଲ୍ମରେ ତାଙ୍କ ପ୍ରେମରେ ପାଗଳ ହୋଇଛନ୍ତି ଭବାନୀ ଅର୍ଥାତ ସମ୍ବିତ।

ଫିଲ୍ମର ସୁଟିଂ ଏବେ ଜୋରସୋରରେ ଚାଲିଥିବା ଜଣାପଡ଼ିଛି। ଏକ ଭିନ୍ନ ସ୍ୱାଦର ପ୍ରେମ କାହାଣୀକୁ ନେଇ ଏହି ଫିଲ୍ମ ତିଆରି ହୋଇଥିବାରୁ ଦର୍ଶକ ଏହାକୁ ବେଶ ପସନ୍ଦ କରିବେ ବୋଲି ଆଶା କରାଯାଉଛି।

ଏହା ପୂର୍ବରୁ ତରଙ୍ଗର ଆଉ ଏକ ଟେଲି ଫିଲ୍ମ ‘ଲାଲପାନ୍‌ ବିବିର ସ୍ମାର୍ଟ ଫ୍ୟାମିଲି’ରେ ନଜର ଆସିଥିଲେ। ଏହା ହେଉଛି ତାଙ୍କର ଦ୍ୱିତୀୟ ଟେଲିଫିଲ୍ମ।

ଏହି ଫିଲ୍ମର ନିର୍ଦ୍ଦେଶନା ଦାୟିତ୍ୱରେ ଅଛନ୍ତି ସୁଧାଂଶୁ ସାହୁ। ଏହି ଫିଲ୍ମରେ ଅନ୍ୟ କଳାକାରଙ୍କ ଭିତରେ ଅଛନ୍ତି ପ୍ରଦ୍ୟୁମ୍ନ ଲେଙ୍କା, ସରୋଜ ଦାସ, ପୁଷ୍ପା ପଣ୍ଡା, ତ୍ରିଭୁବନ ପଣ୍ଡା, ଅଳକା ଶତପଥୀ।

Comment