ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଧିକାଂଶ ଲୋକ ଦେହ ଖରାପ ହେଲେ ଡାକ୍ତରଖାନା ଯିବା ପରିବର୍ତ୍ତେ ସିଧା ମେଡିସିନ ଷ୍ଟୋରରୁ ମେଡିସନ୍‌ ଆଣି ଖାଇଥାଆନ୍ତି। ଏମିତିକି ଅଧିକାଂଶ ଲୋକ ମେଡିସିନ ଆଣିବା ବେଳେ ଷ୍ଟ୍ରିପ୍‌ରେ ଥିବା ଲେଖାକୁ ପଢ଼ନ୍ତି ବି ନାହିଁ। ଏହି ଅଭ୍ୟାସ ଯୋଗୁଁ ଆପଣ ହଇରାଣ ମଧ୍ୟ ହୋଇପାରନ୍ତି। ଏଥିପାଇଁ ମେଡିସିନ୍ ଆଣିବା ଆଗରୁ କିଛି ଦିଗ ଉପରେ ଧ୍ୟାନ ଦେବା ଜରୁରୀ।

ମେଡିସିନ ଷ୍ଟ୍ରିପ୍‌ରେ ଥିବା ନାଲି ରଙ୍ଗର ଅର୍ଥ କ’ଣ?

ମେଡିସନ୍‌ ଷ୍ଟ୍ରିପ୍‌ରେ ଥିବା ନାଲି ଗାରର ଅର୍ଥ ହେଉଛି ଡାକ୍ତରଙ୍କ ବିନା ପରାମର୍ଶରେ ଏହାକୁ ବିକ୍ରି କରାଯାଇପାରବ ନାହିଁ କି ଏହାକୁ ବ୍ୟବହାର କରାଯାଇପାରିବ ନାହିଁ।  ଆଣ୍ଟିବାୟୋଟିକର ଭୁଲ ବ୍ୟବହାରକୁ ରୋକିବା ପାଇଁ ଏଭଳି ନାଲି ରଙ୍ଗ ଦିଆଯାଉଛି। ତେବେ ଆପଣ ବି ମେଡିସିନ କିଣିଲା ବେଳେ ନିଶ୍ଚୟ ଏହାକୁ ଧ୍ୟାନରେ ରଖନ୍ତୁ।

ମେଡିସିନ୍‌ ଷ୍ଟ୍ରିପ୍‌ରେ ଲେଖାଥିବ Rx  ଅର୍ଥ କ’ଣ?

ଯଦି କୌଣସି ମେଡିସିନ୍‌ ଷ୍ଟ୍ରିପ୍‌ ଉପରେ Rx ଲେଖା ହୋଇଛି ଏହାର ଅର୍ଥ ହେଉଛି ଡାକ୍ତରଙ୍କ ପରାମର୍ଶ ବିନା ଆପଣ ସେହି ମେଡସିନର ବ୍ୟବହାର କରିପାରିବେ ନାହିଁ।  ଯଦି ଆପଣ ସେହି ମେଡିସିନ ଡାକ୍ତରଙ୍କ ପରାମର୍ଶ ବିନା ବ୍ୟବହାର କରନ୍ତି, ତେବେ ଏହା ଆପଣଙ୍କ ଶରୀର ଉପରେ ପାର୍ଶ୍ୱ ପ୍ରତିକ୍ରିୟା ସୃଷ୍ଟି କରିପାରେ। ତେଣୁ ଯେତେବେଳେ କୌଣସି ମେଡିସିନରେ Rx ଲେଖା ଅଛି ତାହାକୁ ଡାକ୍ତରଙ୍କ ପରାମର୍ଶ ବିନା ବ୍ୟବହାର କରନ୍ତୁ ନାହିଁ।

ମେଡିସିନ୍‌ ଷ୍ଟ୍ରିପ୍‌ରେ କାହିଁକି NRx ଲେଖାଥାଏ?

ଅନେକ ମେଡିସନ୍‌ ଷ୍ଟ୍ରିପ୍‌ ଉପରେ NRx ଲେଖାଥାଏ। ଅର୍ଥ ହେଉଛି ଏହା ଏକ ନିଶା ଔଷଧ।  ଏହି ଔଷଧ କେବଳ ଡାକ୍ତରଙ୍କ ପାଖରେ ଉପଲବ୍ଧ ଥାଏ। ଏହି ଚିହ୍ନ ଥିବା ଔଷଧ କୌଣସି ଅଲଗା ସ୍ଥାନରୁ ଆଣି ଖାଆନ୍ତୁ ନାହିଁ। ଏହା ଆପଣଙ୍କ ଜୀବନ ପ୍ରତି ମଧ୍ୟ ବିପଦ ସାଜିପାରେ।

Comment