ଓଡ଼ିଶାଲାଇଭ୍ ବ୍ୟୁରୋ

ଶନିବାରଠାରୁ ରାଜ୍ୟର ସମ୍ମୁଖ କରୋନା ଯୋଦ୍ଧାଙ୍କୁ ଟିକା ଦିଆଯିବ। ଏଥିରେ ବରିଷ୍ଠ ଅଧିକାରୀ ପୋଲିସ ଡିଜି, ଜିଲ୍ଲାପାଳ ପ୍ରମୁଖ ସାମିଲ ହେବେ। ତେବେ ଏହି ଟିକାକରଣରେ କଟକ ଜିଲ୍ଲାପାଳ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ସ୍ୱାସ୍ଥ୍ୟକର୍ମୀ, ଅଙ୍ଗନବାଡ଼ି କର୍ମୀ କୋଭିଡ ଟିକା ନେବାକୁ ବାଧ୍ୟ। ଟିକା ନନେଲେ ସେମାନଙ୍କର ଦରମା ବନ୍ଦ ପାଇଁ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀ ନିର୍ଦ୍ଦେଶ ଦେଇଛନ୍ତି। ଫେବ୍ରୁଆରି ୧୦ ତାରିଖ ସୁଦ୍ଧା ଟିକା ନନେଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଜିଲ୍ଲାପାଳ କହିଛନ୍ତି। ରାଜ୍ୟରେ କୋଭିଡ ଟିକାକରଣରେ କଟକ ଜିଲ୍ଲା ପଛରେ ରହିଛି। ଏହା ଜିଲ୍ଲାପାଇଁ ଅପବାଦ ଆଣିଛି। ତେଣୁ ଟିକାକରଣ ପ୍ରତିଶତ ବଢ଼ାଇବାକୁ ଜିଲ୍ଲାପାଳ ଏପରି କହିଛନ୍ତି।

ଅନ୍ୟପଟେ ଦେଶରେ ଟିକାକରଣ ସ୍ୱେଚ୍ଛାକୃତ ହୋଇଥିବା ବେଳେ କେଉଁ ଆଧାରରେ କଟକ ଜିଲ୍ଲାପାଳ ଏହାକୁ ବାଧ୍ୟତାମୂଳକ କରାଇଲେ ବୋଲି ସାଧାରଣରେ ଆଲୋଚନା ହେଉଛି।

Comment