ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁସ୍ଥ ଜୀବନଚର୍ଯ୍ୟା ଓ ଶରୀରର ନିୟମିତ ପରୀକ୍ଷା ଦ୍ୱାରା କର୍କଟ ରୋଗକୁ ନିଜଠାରୁ ଦୂରରେ ରଖିବା ସମ୍ବବ। ଏକ ଆଲୋଚନା ଚକ୍ରରେ ଶିକ୍ଷା ଓ ଅନୁସନ୍ଧାନ(ସୋଆ)ର କୁଳପତି ପ୍ରଫେସର ଡାକ୍ତର ଅଶୋକ କୁମାର ମହାପାତ୍ର ଏହା କହିଛନ୍ତି।

ଜଣେ ବିଶିଷ୍ଟ ସ୍ନାୟୁଶଲ୍ୟ ବିଶାରଦ ଭାବେ ପରିଚିତ ପ୍ରଫେସର ମହାପାତ୍ର ସୋଆ ଏନ୍‌ଏସ୍‌ଏସ୍ ସଭ୍ୟମାନଙ୍କ ସହିତ ବିଶ୍ୱ କର୍କଟ ଦିବସ ଉପଲକ୍ଷେ ଗୁରୁବାର ଆୟୋଜିତ ଏକ କାର୍ଯ୍ୟକ୍ରମରେ ବାର୍ତାଳାପ କରି ଏହା କହିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ବଂଶଗତ ଭାବେ କର୍କଟ ରୋଗ ପରିବାର ମଧ୍ୟରେ ଦେଖା ଦେଇପାରେ। ସେହିପରି ଧୂମପାନ, ନିଶା ସେବନ ଓ ପରିଶ୍ରମ ବିହୀନ ଜୀବନ ମଧ୍ୟ ଏହାର କାରଣ ହୋଇପାରେ।

ସେ ଆହୁରି ମଧ୍ୟ କହିଥିଲେ ଯେ, ପ୍ରତ୍ୟେକ ମନୁଷ୍ୟ ଶରୀରରେ କ୍ୟାନ୍ସର ଜିନ୍ ସୁପ୍ତ ଅବସ୍ଥାରେ ରହିଥାଏ। ମାତ୍ର ଏହା ହଠାତ୍ ସକ୍ରିୟ ହୋଇ କର୍କଟ ରୋଗ ସୃଷ୍ଟି କରେ। ମନୁଷ୍ୟର ଯେ କୌଣସି ବୟସରେ ଏହି ରୋଗ ହୋଇପାରେ। ମହିଳାମାନଙ୍କ ମଧ୍ୟରେ ବିଶେଷ ଭାବେ ସ୍ତନ, ଜରାୟୁ ବା ଡିମ୍ବାଶୟରେ କର୍କଟ ହେଉଥିବା ବେଳେ ପୁରୁଷମାନଙ୍କ କ୍ଷେତ୍ରରେ ମୁଖ, ଖାଦ୍ୟନଳୀ ବା ପାକସ୍ଥଳୀ କର୍କଟ ଦେଖାଯାଇଥାଏ ।

ଏହି କାର୍ଯ୍ୟକ୍ରମରେ ସୋଆ ଏନ୍‌ଏସ୍‌ଏସ୍‌ରର ମୁଖ୍ୟ ସଂଯୋଜକ ଡକ୍ଟର ନଚିକେତା ଶର୍ମା ଓ ଅନ୍ୟ କର୍ମକର୍ତ୍ତାମାନେ ଉପସ୍ଥିତ ଥିଲେ।

Comment