ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଗ୍‌ ବଜେଟ୍‌ ଫିଲ୍ମ ‘ଗଣପତ’ରେ ନଜର ଆସିବେ ଅଭିନେତା ଟାଇଗର ଶ୍ରଫ୍‌ ଓ ଅଭିନେତ୍ରୀ କ୍ରୀତି ସାନନ। ବୁଧବାର ଫିଲ୍ମର ମୋସନ ପୋଷ୍ଟର ରିଲିଜ ହୋଇଛି। ପୋଷ୍ଟରରେ କ୍ରୀତି ଏକ ବାଇକ ଧରି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି। କ୍ରୀତିଙ୍କ ଏହି ଆକ୍ସନ ପୋଜ୍‌କୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି।

ତେବେ ଫିଲ୍ମରେ କ୍ରୀତିଙ୍କ ନାଁ ଜସି ରହିଛି। ଏନେଇ ଅଭିନେତ୍ରୀ ଜଣକ ନିଜେ ଇନଷ୍ଟାଗ୍ରାମରେ ସୂଚନା ଦେଇଛନ୍ତି। ଏହି ଫିଲ୍ମ ୨୦୨୨ରେ ରିଲିଜ ହେବାର ଯୋଜନା ରହିଛି। ଏହାପୂର୍ବରୁ ଫିଲ୍ମ ନିର୍ମାତାମାନେ ଟାଇଗର ଶ୍ରଫ୍‌ଙ୍କ ପୋଷ୍ଟର ରିଲିଜ କରିଥିଲେ।

ଅନ୍ୟପଟେ ‘ବାଗି ୩’, ‘ଓ୍ୱାର’ ପରେ ‘ଗଣପତ’ ଟାଇଗରଙ୍କ ତୃତୀୟ ଆକ୍ସନ ଫିଲ୍ମ। ଏହି ଫିଲ୍ମର ନିର୍ଦ୍ଦେଶନା ବିକାଶ ବହଲ ଦେଉଥିଲା ବେଳେ ପ୍ରଯୋଜନା ଦାୟିତ୍ୱରେ ରହିବେ ବାସୁ ଭଗନାନି।

Comment