ଓଡ଼ିଶାଲାଇଭ୍‌ ବ୍ୟୁରୋ

ପେଟ୍ରୋଲ, ଡିଜେଲ ଦର ବୃଦ୍ଧି ପ୍ରତିବାଦରେ କଂଗ୍ରେସ ଆଜି ରାଜ୍ୟବ୍ୟାପୀ ୬ ଘଣ୍ଟିଆ ବନ୍ଦ ପାଳନ କରିଛି। ଏହାର ପ୍ରଭାବ କୋରାପୁଟରେ ମଧ୍ୟ ଦେଖିବାକୁ ମିଳିଛି। କୋରାପୁଟ ଜିଲା କଂଗ୍ରେସ କମିଟି ସଭାନେତ୍ରୀ ମୀନାକ୍ଷୀ ବାହାନିପତିଙ୍କ ଆହ୍ୱାନରେ କୋରାପୁଟ ଜିଲ୍ଲା ଠପ ହୋଇଥିବା ବେଳେ ଜୟପୁରରେ ବିଧାୟକ ତାରା ପ୍ରସାଦ ବାହିନିପତିଙ୍କ ନେତୃତ୍ୱରେ ଆନ୍ଦୋଳନ ହୋଇଥିଲା।

ଜୟପୁର ଦେଇ ଯାଇଥିବା ଜାତୀୟ ରାଜପଥ ୨୬ର ମୁଖ୍ୟ ଟ୍ରାଫିକ ଛକ ନିକଟରେ କଂଗ୍ରେସ କର୍ମୀ ଓ ନେତା ମାନେ ରାସ୍ତା ଅବରୋଧ କରିଥିବା ବେଳେ ଉଭୟ ପଟେ ଶହ ଶହ  ଯାନ ବାହାନ ଅଟକିଥିଲା।

ଏପଟେ ସରକାରୀ ବସଷ୍ଟାଣ୍ଡରେ ମଧ୍ୟ ବସ ଅଟକି ରହିଥିଲା। ସ୍ୱତ୍ତଃ ପ୍ରବୃତ ଭାବେ  ଦକାନ ବଜାର ବନ୍ଦ କରି ଲୋକମାନେ ବନ୍ଦରେ ସାମିଲ ହୋଇଥିବା ବେଳେ ଜରୁରୀ ସେବାକୁ ଆନ୍ଦୋଳନରୁ ବାଦ ଦିଆଯାଇଥିଲା।

ଏମିତିକି କଂଗ୍ରେସ କର୍ମୀମାନେ ଜାତୀୟ ରଜପଥ ୨୬ରେ ଧାରଣାରେ ବସିବା ସହିତ ବାଇକ ଶୋଭାଯାତ୍ରାରେ ବାହାରି ଲୋକଙ୍କୁ ସଚେତନ କରିଥିଲେ।

ରାସ୍ତାରୋକରେ ବିଧାୟକ ତାରା ପ୍ରସାଦ ବାହିନିପତି, ଯୁବ କଂଗ୍ରେସ ସଭାପତି ସୁକାନ୍ତ ପଟ୍ଟନାୟକ,  ମହିଳା କଂଗ୍ରେସ ସଭାନେତ୍ରୀ ନଳିନୀ ରଥ, ବୁଲୁ ସାହୁ, ନିହାର ବିଯୋଇ, ନରି ମହାନ୍ତି ସମେତ ଶତାଧିକ କଂଗ୍ରେସ କର୍ମୀ ଉପସ୍ଥିତ ଥିଲେ।

Comment