ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ବରୁଣ ଧଓ୍ୱନଙ୍କ ପରେ ବଲିଉଡରେ ପୁଣିଥରେ ସାହାନାଇ ବାଜିଛି। ବଲିଉଡର ଜଣାଶୁଣା ଅଭିନେତ୍ରୀ ଦିଆ ମିର୍ଜା ପୁଣିଥରେ ବିବାହ କରିଛନ୍ତି। ଫେବ୍ରୁଆରି ୧୫ରେ ବିଜନେସ୍‌ ମ୍ୟାନ୍‌ ବୈଭବ ରେଖିଙ୍କ ସହିତ ଦିଆଙ୍କ ବାହାଘର ସରିଛି।

ଦିୟାଙ୍କର ଏହା ହେଉଛି ଦ୍ୱିତୀୟ ବିବାହ। ୨୦୧୪ରେ ସେ ଫିଲ୍ମ ନିର୍ମାତା ସାହିଲ ସଂଘାଙ୍କୁ ବିବାହ କରିଥିଲେ। ମାତ୍ର କୌଣସି କାରଣରୁ ୨୦୧୯ରେ ଅର୍ଥାତ୍‌ ବିବାହର ୫ ବର୍ଷ ପରେ ଉଭୟ ପରସ୍ପରଠାରୁ ଅଲଗା ହୋଇଥିଲେ। ଏନେଇ ଦିଆ ନିଜେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ।

ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ବୈଭକଙ୍କ ସମ୍ପର୍କରେ ଆସିଥିଲେ ଦିଆ। ଦୁହିଁଙ୍କ ମଧ୍ୟରେ ଗତ ଗୋଟିଏ ବର୍ଷ ହେଲା ସମ୍ପର୍କ ଭଲ ରହିଥିଲା। ଏବେ ଉଭୟ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଦିଆଙ୍କର ଏହି ବାହାଘର ନିରାଡମ୍ବର ହେବ। କେତେ ଜଣ ଘନିଷ୍ଠ ସମ୍ପର୍କୀୟ ଏହି ବିବାହରେ ସାମିଲ ହେବେ।

Comment