ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

କେବେ କୌଣସି ବାହାଘରରେ ଆପଣ ମହିଳା ପଣ୍ଡିତଙ୍କୁ ଦେଖି ନଥିବେ। ମହିଳା ପଣ୍ଡିତ ମନ୍ତ୍ର ପଢ଼ିବା ଓ ବାହାଘର କରାଇବା ସମସ୍ତଙ୍କ ପାଇଁ ନିହାତି ଏକ ବିରଳ ଦୃଶ୍ୟ। ତେବେ ବଲିଉଡ ଅଭିନେତ୍ରୀ ଦିଆ ମିର୍ଜାଙ୍କ ବାହାଘରରେ ଏମିତି ଏକ ଦୃଶ୍ୟକୁ ନେଇ ଏବେ ସବୁଠି ଚର୍ଚ୍ଚା ଚାଲିଛି।

ଏମିତିକି ଅଭିନେତ୍ରୀ ଦିଆ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ଫଟୋ ସେୟାର କରିଛନ୍ତି। ତେବେ ଏହି ମହିଳା ପଣ୍ଡିତ ଜଣକ କିଏ ଓ କେଉଁଠି ଆସିଥିଲେ ସେନେଇ କୌଣସି ସୂଚନା ମିଳିନାହିଁ।

ବଲିଉଡ ଅଭିନେତା ବରୁଣ ଧଓ୍ୱନଙ୍କ ପରେ ବଲିଉଡରେ ପୁଣିଥରେ ସାହାନାଇ ବାଜିଛି। ବଲିଉଡର ଜଣାଶୁଣା ଅଭିନେତ୍ରୀ ଦିଆ ମିର୍ଜା ପୁଣିଥରେ ବିବାହ କରିଛନ୍ତି। ଫେବ୍ରୁଆରି ୧୫ରେ ବିଜନେସ୍‌ ମ୍ୟାନ୍‌ ବୈଭବ ରେଖିଙ୍କ ସହିତ ଦିଆଙ୍କ ବାହାଘର ସରିଛି।

ଦିୟାଙ୍କର ଏହା ହେଉଛି ଦ୍ୱିତୀୟ ବିବାହ। ୨୦୧୪ରେ ସେ ଫିଲ୍ମ ନିର୍ମାତା ସାହିଲ ସଂଘାଙ୍କୁ ବିବାହ କରିଥିଲେ। ମାତ୍ର କୌଣସି କାରଣରୁ ୨୦୧୯ରେ ଅର୍ଥାତ୍‌ ବିବାହର ୫ ବର୍ଷ ପରେ ଉଭୟ ପରସ୍ପରଠାରୁ ଅଲଗା ହୋଇଥିଲେ। ଏନେଇ ଦିଆ ନିଜେ ସୋସିଆଲ ମିଡିଆରେ ଘୋଷଣା କରିଥିଲେ।

ସ୍ୱାମୀଙ୍କଠାରୁ ଅଲଗା ହେବା ପରେ ବୈଭକଙ୍କ ସମ୍ପର୍କରେ ଆସିଥିଲେ ଦିଆ। ଦୁହିଁଙ୍କ ମଧ୍ୟରେ ଗତ ଗୋଟିଏ ବର୍ଷ ହେଲା ସମ୍ପର୍କ ଭଲ ରହିଥିଲା। ଏବେ ପରସ୍ପରଙ୍କ ଜୀବନ ସାଥୀ ହୋଇଛନ୍ତି ବୈଭବ ଓ ରେଖୀ।

Comment