ଓଡ଼ିଶାଲାଇଭ୍‌ ବ୍ୟୁରୋ

ରାଜ୍ୟରେ ଚାଲିଥିବା ସଡ଼କ ସୁରକ୍ଷା ମାସ ଆଜି ଶେଷ ହୋଇଛି। ଶେଷଦିନରେ ପୋଲିସ କମିସନର ସୁଧାଂଶୁ ଷଡ଼ଙ୍ଗୀ ଟ୍ରାଫିକ ଉଲ୍ଲଙ୍ଘନକାରୀଙ୍କୁ ଏକ ମଜାଳିଆ ଢଙ୍ଗରେ ପୁଣିଥିରେ ଚେତାଇଛନ୍ତି।

‘‘ଟ୍ରାଫିକ ନିୟମ ଉଲ୍ଲଂଘନକାରୀ ଅପେକ୍ଷା କରିଛନ୍ତି ମୋତେ କେବେ ମାମୁ ଧରିବ, ପ୍ରେମ ପତ୍ରଟିଏ ଦେବ ଓ ମୋତେ ଜରିମାନା ଦେବାକୁ ପଡିବ । କିନ୍ତୁ ଆମ ଲଭ ଲେଟରକୁ ଅପେକ୍ଷା କରନ୍ତୁ ନାହିଁ, ଟ୍ରାଫିକ ନିୟମ ଭାଙ୍ଗିଥିଲେ ହାବୁଡରେ ନିଶ୍ଚୟ ପଡ଼ିବେ’’ ଆଜି ଏଭଳି କହିଛନ୍ତି ପୋଲିସ କମସନର ସୁଧାଂଶୁ ଷଡ଼ଙ୍ଗୀ।

ଟ୍ରାଫିକ ନିୟମ ଭାଙ୍ଗିବା ଏକ ସାଧାରଣ କଥା ନୁହେଁ। ଏହା ଏକ ଅସ୍ୱାଭାବିକ ଆଚରଣ। ଲଗାତର ପୋଲିସ ଲୋକଙ୍କୁ ସଚେତନ କରିଆସୁଛି। କିନ୍ତୁ କେତେକ ବ୍ୟକ୍ତି ଏହାକୁ ମାନୁନାହାନ୍ତି ବୋଲି ସୁଧାଂଶୁ ଷଡ଼ଙ୍ଗୀ କହିଛନ୍ତି।

ସେହିପରି ଗତ ଗୋଟିଏ ବର୍ଷ ଭିତରେ କଟକ ଭୂବନେଶ୍ୱରୁ ୫ କୋଟି ଟଙ୍କା ଜରିମାନା ଆଦାୟ ହୋଇଛି। ତଥାପି କିଛି ଲୋକଙ୍କ ଭିତରେ ଚେତା ପଶୁନାହିଁ ବୋଲି ସେ କହିଛନ୍ତି।

‘‘ଯଦି କେହି ଭାବୁଥାଅ ମତେ କେହି ଦେଖୁନାହାନ୍ତି, ତାହେଲେ ମନେ ରଖନ୍ତୁ ଆପଣଙ୍କୁ କ୍ୟାମେରା ଦେଖୁଛି। କ୍ୟାମେରାରୁ ଆପଣ ଧରାପଡ଼ିବେ। ଆପଣଙ୍କ ସିଧା ଘରକୁ ଚାଲାଣ ଯିବ। ତେଣୁ ଏବେଠୁ ସଚେତନ ହୋଇଯାଆନ୍ତୁ, ହେଲମେଟ ପିନ୍ଧନ୍ତୁ, ଟ୍ରାଫିକ ନିୟମ ମାନନ୍ତୁ’’, କହିଛନ୍ତି ସୁଧାଂଶୁ ଷଡ଼ଙ୍ଗୀ।

Comment