ଓଡ଼ିଶାଲାଇଭ୍‌ ବ୍ୟୁରୋ

ଖୁବ୍‌ କମ୍‌ ଲୋକଙ୍କର ଦିନରେ ଶୋଇବା ଅଭ୍ୟାସ ଥାଏ। ଟିକେ ସମୟ ନଶୋଇଲେ ସେମାନଙ୍କୁ ଭଲ ଲାଗେନି। ହେଲେ ଆପଣ ଦେଖିଥିବେ ଯେ ଯେଉଁମାନେ ଦିନରେ ଶୁଅନ୍ତି ତାଙ୍କୁ ଅନ୍ୟମାନେ ଅଳସୁଆ କହିଥାନ୍ତି। କିନ୍ତୁ ଆପଣ ଜାଣିବା କଥା ଯେ ଦିନରେ ୩୦ ମିନିଟ ବା ଅଧ ଘଣ୍ଟା ଶୋଇବା ସ୍ୱାସ୍ଥ୍ୟ ପାଇଁ ଭଲ।

ବିଶେଷଜ୍ଞଙ୍କ ମତରେ ଦିନରେ ଅଳ୍ପ ସମୟ ବିଶ୍ରାମ ନେବା ସ୍ୱାସ୍ଥ୍ୟ ପ୍ରତି ହିତକର ହୋଇଥାଏ।

ଏକ ଅଧ୍ୟୟନରୁ ଜଣାପଡ଼ିଛି, ମଧ୍ୟାହ୍ନ ଭୋଜନ ପରେ କିଛି ସମୟ ବିଶ୍ରାମ ନେଲେ, ତାହା ମସ୍ତିସ୍କ ଉପରେ ଭଲ ପ୍ରଭାବ ପକାଇଥାଏ।  ଏହାଦ୍ୱାରା ମଣିଷର କାର୍ଯ୍ୟଦକ୍ଷତା ବୃଦ୍ଧି ପାଇଥାଏ। ଏହାପରେ ଦୀର୍ଘ ସମୟ ପର୍ଯ୍ୟନ୍ତ କାର୍ଯ୍ୟ କରିବାକୁ ମନ ଲାଗିଥାଏ ଓ ଶକ୍ତି ମିଳିଥାଏ।

ତେବେ କର୍ମଜୀବୀ ମହିଳା ଓ ପୁରୁଷଙ୍କ କ୍ଷେତ୍ରରେ ବିଶ୍ରାମ ନେବା ଅତ୍ୟନ୍ତ ଲାଭଦାୟକ ହୋଇଥାଏ । ଅଫିସ୍‌ରେ କିମ୍ବା କାର୍ଯ୍ୟାଳୟରେ ଯଦି ଥକ୍କା ଅନୁଭବ କରନ୍ତି, ତେବେ ସର୍ବନିମ୍ନ ୧୫ମିନିଟ ବିଶ୍ରାମ ନେଇଯାଆନ୍ତୁ। ତା’ପରେ ଦୀର୍ଘ ସମୟ ଧରି କାର୍ଯ୍ୟ କରିପାରିବେ।

ଯଦି କ୍ଲାନ୍ତ ଅନୁଭବ କରୁନାହାଁନ୍ତି କିମ୍ବା ବିଶ୍ରାମ ନେବାକୁ ଇଚ୍ଛା ନାହିଁ, ତେବେ ଜବରଦସ୍ତ ବିଶ୍ରାମ ନିଅନ୍ତୁ ନାହିଁ। କାରଣ ପରବର୍ତ୍ତୀ ସମୟରେ ରାତିରେ ସଠିକ୍ ଭାବରେ ନିଦ ନଆସିଲେ, ଆପଣଙ୍କୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ।

LEAVE A REPLY

Please enter your comment!
Please enter your name here