ଓଡ଼ିଶାଲାଇଭ୍ ବ୍ୟୁରୋ

କେନ୍ଦ୍ର ସରକାରଙ୍କ କୃଷି ଆଇନକୁ ବିରୋଧ କରି ଦୀର୍ଘ ଅଢ଼େଇ ମାସରୁ ଉର୍ଦ୍ଧ୍ୱ ହେବ ଚାଷୀଙ୍କ ଆନ୍ଦୋଳନ ଜାରି ରହିଛିି । ସଂଯୁକ୍ତ କିଷାନ ମୋର୍ଚ୍ଚା ସଂଗଠନର ନେତୃତ୍ୱରେ ଗୁରୁବାର ଅର୍ଥାତ୍ ଆଜି ଚାଷୀଙ୍କ ଦେଶବ୍ୟାପୀ ରେଳରୋକ ଆନ୍ଦୋଳନ କରାଯିବ । ଏଥିରେ ଦେଶର ସମସ୍ତ ରାଜ୍ୟର ଚାଷୀ ସାମିଲ ହେବେ, କହିଛନ୍ତି ଭାରତ କିଷାନ ୟୁନିୟନ ନେତା ରାକେଶ ଟିକାୟତ ।

୪ଟି ରାଜ୍ୟ ଯଥା ପଞ୍ଜାବ, ହରିୟାଣା, ଉତ୍ତରପ୍ରଦେଶ ଓ ପଶ୍ଚିମବଙ୍ଗରେ ରେଳ ଚଳାଚଳ ବାଧାପ୍ରାପ୍ତ ହେବାର ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ସେହି ରାଜ୍ୟମାନଙ୍କର ଗୁଇନ୍ଦା ବିଭାଗ ଓ ରେଳ ବିଭାଗ ସତର୍କ ରହିବାକୁ କୁହାଯାଇଛି ।

ଚାଷୀଙ୍କ ରେଳରୋକ ଆନ୍ଦୋଳନ ଶାନ୍ତିପୂର୍ଣ୍ଣ ଭାବେ କରିବା ପାଇଁ ରେଳବାଇ ବିଭାଗ ପକ୍ଷରୁ ନିବେଦନ କରାଯାଇଛି । ତା’ସହିତ ରେଳବାଇ ବିଭାଗ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଏହି ଆନ୍ଦୋଳନରେ ଯେଭଳି କୌଣସି ହିଂସା ନଘଟେ ସେଥିପ୍ରତି ସଜାଗ ରହିଛି ଦିଲ୍ଲୀ ପୋଲିସ ।

ଆନ୍ଦୋଳନ ସମୟରେ ସାଧାରଣ ଯାତ୍ରୀ ଯେଭଳି ଅସୁବିଧାର ସମ୍ମୁଖୀନ ନହୁଅନ୍ତି, ସେଥି ପାଇଁ ଧ୍ୟାନ ଦେବାକୁ କହିଛନ୍ତି, ଆରପିଏଫ ମହାନିର୍ଦ୍ଦେଶକ ଅରୁଣ କୁମାର । ପୂର୍ବରୁ ଚାଷୀମାନେ କୃଷି ଆଇନ ପ୍ରତ୍ୟାହାତ ଦାବିରେ ଦେଶବ୍ୟାପୀ ୩ ଘଣ୍ଟିଆ ଚକାଜାମ ଆନ୍ଦୋଳନ କରିଥିଲେ । ଏହାକୁ ସମର୍ଥନ ମଧ୍ୟ ମିଳିଥିଲା । ତେବେ ଦେଖିବାକୁ ବାକି ରହିଲା ଚାଷୀଙ୍କ ରେଳରୋକ ଆନ୍ଦୋଳନକୁ କେତେ ସମର୍ଥନ ମିଳୁଛି ।

Comment