ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଇରା ମହାନ୍ତିଙ୍କଠାରୁ ଆରମ୍ଭ କରି କୁଲଦୀପ ପଟ୍ଟନାୟକଙ୍କ ପର୍ଯ୍ୟନ୍ତ ଅନେକ ଓଡ଼ିଆ କଣ୍ଠଶିଳ୍ପୀ ଜାତୀୟ ସ୍ତରର ରିଆଲିଟି ସୋ’ରେ ଭାଗ ନେଇଛନ୍ତି।

ପ୍ରଥମ ଓଡ଼ିଆ କଣ୍ଠଶିଳ୍ପୀ ଭାବେ ଜାତୀୟ ସ୍ତରର ରିଆଲିଟି ସୋ’ରେ ଭାଗ ନେଇଥିଲେ ଇରା ମହାନ୍ତି। ତାଙ୍କ ପରେ ପରେ ରିତୁରାଜ ମହାନ୍ତି, ସ୍ୱୟମ୍ ପାଢ଼ୀ, ଅନନ୍ୟା ଶ୍ରୀତମ ନନ୍ଦ, ବର୍ଣ୍ଣାଳୀ ହୋତା, କୁଲଦୀପ ପଟ୍ଟନାୟକଙ୍କ ପରି ଅନେକ ଓଡ଼ିଆ କଣ୍ଠଶିଳ୍ପୀ ଏଭଳି ସୋ’ରେ ଅଂଶଗ୍ରହଣ କରିଥିଲେ। ସେମାନଙ୍କ ମଧ୍ୟରୁ କିଛି ସୋ’ ବିଜେତା ହୋଇଥିବା ବେଳେ ଆଉ କିଛି ସିଙ୍ଗର ବିଚାରକ ତଥା ଶ୍ରୋତାଙ୍କ ପ୍ରଶଂସା ସାଉଁଟିବାରେ ସଫଳ ହୋଇଥିଲେ।ଇରା ମହାନ୍ତି

ପ୍ରଥମ ଓଡ଼ିଆ ସିଙ୍ଗର ଭାବେ ଇରା ମହାନ୍ତି ଜାତୀୟ ରିଆଲିଟି ସୋ’ରେ ଭାଗ ନେଇଥିଲେ। ୨୦୧୩ରେ ଜି ଟିଭିରେ ପ୍ରସାରିତ ‘ସାରେଗାମାପା’ରେ ତାଙ୍କୁ ଦେଖିବାକୁ ମିଳିଥିଲା। ସେତେବେଳକୁ ସେ ଓଡ଼ିଆ ପ୍ଲେ ବ୍ୟାକ୍ ସିଙ୍ଗର ଭାବେ ପ୍ରସିଦ୍ଧି ହାସଲ କରିସାରିଥିଲେ। ତାଙ୍କ ପରେ ପରେ ଆହୁରି ଅନେକ ଓଡ଼ିଆ କଣ୍ଠଶିଳ୍ପୀ ଜାତୀୟ ସ୍ତରର ରିଆଲିଟି ସୋ’ରେ ଅଂଶଗ୍ରହଣ କରିଥିଲେ।ରିତୁରାଜ ମହାନ୍ତି

ପୁରୀ ଜିଲ୍ଲା ନିମାପଡ଼ାରେ ଜନ୍ମିତ ରିତୁରାଜ ମହାନ୍ତି ୨୦୧୪ରେ ଷ୍ଟାର ପ୍ଲସରେ ପ୍ରସାରିତ ରିଆଲିଟି ସୋ’ ‘ଇଣ୍ଡିଆଜ୍ ର ଷ୍ଟାର’ରେ ଭାଗ ନେଇଥିଲେ। ନିଜର ସ୍ୱତନ୍ତ୍ର ଗାୟନ ଶୈଳୀ ଯୋଗୁ ବିଚାରକ ତଥା ଶ୍ରୋତାଙ୍କ ହୃଦୟ ଜିତିବା ସହ ଏହି ସୋକୁ ମଧ୍ୟ ଜିତିଥିଲେ। ଏହାପରେ ତାଙ୍କୁ ବଲିଉଡ ଏବଂ ଓଲିଉଡ ଫିଲ୍ମରେ ଗୀତ ଗାଇବାକୁ ଅଫର ଆସିଥିଲା। ‘ପରଓ୍ୱରଦିଗାରା’, ‘ଅଧୁରି ଜିନ୍ଦେଗୀ’, ‘ମୌଲା’ ଆଦି ହିନ୍ଦୀ ଗୀତରେ ସେ ସ୍ୱର ଦେଇଛନ୍ତି। ସେହିପରି ‘ଓ ସୁନୟନା’, ‘ତୋ ପ୍ରେମ ରୋଗୀ’ ପରି ଓଡ଼ିଆ ଗୀତରେ ତାଙ୍କୁ ଶ୍ରୋତାମାନେ ଖୁବ ପସନ୍ଦ କରିଛନ୍ତି।ସ୍ୱୟମ୍ ପାଢ଼ୀ

ଓଡ଼ିଆ ସଙ୍ଗୀତ ଜଗତରେ ବର୍ତ୍ତମାନ ସବୁଠୁ ଟ୍ରେଣ୍ଡରେ ଥିବା ସିଙ୍ଗର ହେଉଛନ୍ତି ସ୍ୱୟମ ପ୍ରଭାସ ପାଢ଼ୀ। ୨୦୧୮ରେ ରିଲିଜ୍ ହୋଇଥିବା ‘ତୁ ନୂଆ ସାୟରୀ’ ଗୀତ ସ୍ୱୟମଙ୍କୁ ବେଶ୍ ମାଇଲେଜ୍ ଦେଇଥିଲା। ଏହାପୂର୍ବରୁ ସେ ଜି ଟିଭିରେ ପ୍ରସାରିତ ‘ସାରେଗାମାପା’ରେ ଅଂଶଗ୍ରହଣ କରି ଟପ୍ ୨୦ ସିଙ୍ଗରଙ୍କ ମଧ୍ୟରେ ରହିଥିଲେ। ସେହିପରି ୨୦୧୫ରେ ରିଆଲିଟି ସୋ’ ‘ଭଏସ ଅଫ୍ ଓଡ଼ିଶା-୩’ରେ ଭାଗ ନେଇ ସେ ପ୍ରଥମ ରନର୍ସ ଅପ୍ ହୋଇଥିଲେ। ଭୁବନେଶ୍ୱର ଟିସିଏସରେ ସପ୍ଟଓ୍ୱେୟାର ଇଞ୍ଜିନିୟର ଭାବେ କାମ କରୁଥିବା ସ୍ୱୟମ ଶାସ୍ତ୍ରୀୟ ସଂଗୀତରେ ମଧ୍ୟ ରୁଚି ରଖନ୍ତି। ‘ତୁ ଏତେ ଭଲ ହେଲୁ କାଇଁ’, ‘ମାଗିବି ଖାଲି ତତେ’, ‘ପଲ୍ ପଲ୍ ତତେ ଚାହେଁ’, ‘ଅମାନିଆ ଯେବେ ମୋ ମନ’, ‘ତୁ ଚଞ୍ଚଳ ନଈଟେ’, ‘ତୁ ମୋର ମେହବୁବା’ ପରି ଅନେକ ସୁପରହିଟ୍ ଗୀତରେ କଣ୍ଠଦାନ କରିଛନ୍ତି। ତାଙ୍କର ପ୍ରତି ଗୀତକୁ ଦର୍ଶକମାନେ ଖୁବ୍ ପସନ୍ଦ କରିଥାନ୍ତି।ଅନନ୍ୟା ଶ୍ରୀତମ ନନ୍ଦ

ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିରେ ଜଣେ ଜଣାଶୁଣା ନାଁ ହେଉଛନ୍ତି ଅନନ୍ୟା ଶ୍ରୀତମ ନନ୍ଦ। ଅନନ୍ୟା ୨୦୧୫ ମସିହାରେ ‘ଇଣ୍ଡିଆନ ଆଇଡଲ ଜୁନିଅର ସିଜନ-୨’ରେ ଭାଗ ନେବା ସହ ବିଜୟୀ ହୋଇଥିଲେ। ବଲିଉଡ ଫିଲ୍ମ ଏମ୍ଏସ୍ ଧୋନିର ‘ପଢ଼ୋଗେ ଲିଖୋଗେ’ ଗୀତରେ ସେ ସ୍ୱର ଦେଇଛନ୍ତି। ଏହାଛଡ଼ା ଅନେକ ଓଡ଼ିଆ ଫିଲ୍ମ ଗୀତରେ ମଧ୍ୟ ଅନନ୍ୟା କଣ୍ଠଦାନ କରିଛନ୍ତି। ସେ ନିଜ ଶ୍ରୋତାଙ୍କୁ ‘ମୁଁ କାହିଁକି ଏତେ’, ‘ଏ ପ୍ରେମ ଖାଲି ତୋ ପାଇଁ’, ‘ତୁ ମୋ ଲଭ୍ ଷ୍ଟୋରୀ’ ଭଳି ଅନେକ ହିଟ୍ ଗୀତ ଭେଟି ଦେଇଛନ୍ତି।ବର୍ଣ୍ଣାଳୀ ହୋତା

ଓଡ଼ିଆ ଝିଅ ବର୍ଣ୍ଣାଳୀ ହୋତା ୨୦୧୭ ମସିହାରେ ଷ୍ଟାର ପ୍ଲସରେ ପ୍ରସାରିତ ରିଆଲିଟି ସୋ’ ‘ଦିଲ୍ ହେ ହିନ୍ଦୁସ୍ତାନୀ’ରେ ଅଂଶଗ୍ରହଣ କରିଥିଲେ। ଏଥିରେ ସେ ରନର୍ସ ଅପ୍ ହୋଇଥିଲେ। ଏହାପୂର୍ବରୁ ତାଙ୍କୁ ଜି ଟିଭିରେ ପ୍ରସାରିତ ‘ସାରେଗାମାପା ଲିଟିଲ୍ ଚାମ୍ପ୍ସ’ରେ ମଧ୍ୟ ଦେଖିବାକୁ ମିଳିଥିଲା।

ଶଶାଙ୍କ ଶେଖର

ଓଲିଉଡ ପ୍ଲେ ବ୍ୟାକ୍ ସିଙ୍ଗର ଶଶାଙ୍କ ଶେଖର କଲର୍ସ ଟିଭିରେ ପ୍ରସାରିତ ‘ରାଇଜିଙ୍ଗ୍ ଷ୍ଟାର ଇଣ୍ଡିଆ’ରେ ନଜର ଆସିଥିଲେ। ଏହି ରିଆଲିଟି ସୋ’ରେ ତାଙ୍କ ଗୀତକୁ ବିଚାରକଙ୍କ ସମେତ ଦର୍ଶକମାନେ ମଧ୍ୟ ଖୁବ୍ ପସନ୍ଦ କରିଥିଲେ। ଫଳରେ ଶଶାଙ୍କ ଟପ୍ ୧୦ରେ ସ୍ଥାନ ଅଧିକାର କରିପାରିଥିଲେ। ଆଗରୁ ଅନେକ ଓଡ଼ିଆ ଗୀତରେ କଣ୍ଠଦାନ କରିଥିଲେ ମଧ୍ୟ ଜାତୀୟ ସ୍ତରର ଏହି ସୋ’ ତାଙ୍କୁ ଘରେ ଘରେ ପରିଚିତ କରାଇପାରିଥିଲା।ସତ୍ୟଜିତ ଜେନା

ମାତ୍ର ୧୨ ବର୍ଷ ବୟସରେ ଓଡ଼ିଶାର କେନ୍ଦୁଝରରେ ଜନ୍ମିତ ସତ୍ୟଜିତ ଜେନା ଜାତୀୟସ୍ତରର ରିଆଲିଟି ସୋ’ ସାରେଗାମାପା ଲିଟିଲ୍ ଚାମ୍ପ୍ସରେ ଅଂଶଗ୍ରହଣ କରିଥିଲେ। ତେବେ ଗଳାରେ ସମସ୍ୟା ହେତୁ ଅଧାରୁ ସେ ଏହି ପ୍ରତିଯୋଗିତାରୁ ଓହରି ଯାଇଥିଲେ।କୁଲଦୀପ ପଟ୍ଟନାୟକ

ଓଡ଼ିଶାରେ କଣ୍ଠଶିଳ୍ପୀ ଭାବେ ପରିଚୟ ହାସଲ କରିବା ପରେ କୁଲଦୀପ ପଟ୍ଟନାୟକ ଆଣ୍ଡ ଟିଭିରେ ପ୍ରସାରିତ ରିଆଲିଟି ସୋ’ ‘ଭଏସ୍ ଅଫ୍ ଇଣ୍ଡିଆ’ରେ ଭାଗ ନେଇଥିଲେ। ଏହି ରିଆଲିଟି ସୋ’ ପରେ ତାଙ୍କ କ୍ୟାରିୟର ମୋଡ଼ ବଦଳିଯାଇଥିଲା। ତାଙ୍କୁ ଜାଭେଦ ଅଲ୍ଲୀଙ୍କ ଭଳି ପ୍ରଖ୍ୟାତ ସଙ୍ଗୀତକାରଙ୍କ ସହ କାମ କରିବାର ସୁଯୋଗ ମିଳିଥିଲା। ନିକଟରେ ମାର୍କେଟକୁ ଆସିଥିବା ପ୍ରାୟ ଓଡ଼ିଆ ଗୀତରେ ସେ କଣ୍ଠଦାନ କରିଛନ୍ତି, ଯାହାକି ବେଶ ହିଟ୍‌ ହୋଇଛି। ଏହି ଗୀତ ଭିତରେ ରହିଛି, ‘ରାଜହଂସୀ’, ଓ ‘ସାଥୀୟା’, ଧୀରେ ଧୀରେ, ‘ପ୍ରେମ ହୋଇଯାଏ ସେତେଥର’, ‘ଠୁମକ୍‌ ଠୁମକ୍‌ ଚାଲିରେ’ ଆଦି।ସୋହିନି ମିଶ୍ର

କଟକର ସୋହିନି ମିଶ୍ର ୨୦୧୨ ମସିହାରେ ସୋନି ଟିଭିରେ ପ୍ରସାରିତ ଇଣ୍ଡିଆନ ଆଇଡଲରେ ଭାଗ ନେଇଥିଲେ। ସେଥିରେ ସେ ଟପ୍ ୬ ସିଙ୍ଗରଙ୍କ ଭିତରେ ରହିଥିଲେ। ସୋହିନି ‘ତୁ ନୂଆ ସାୟରି’, ‘ହାଲକା ତୋର ମିଠା ଛୁଆଁରେ’, ‘ମାଗିବି ଖାଲି ତତେ’, ‘କାଞ୍ଚିରେ କାଞ୍ଚିରେ’ ପରି ଅନେକ ସୁପରହିଟ୍ ଓଡ଼ିଆ ଗୀତରେ କଣ୍ଠଦାନ କରିଛନ୍ତି।

ସ୍ନିତି ମିଶ୍ର

ବଲାଙ୍ଗିରର ସ୍ନିତି ମିଶ୍ର ୨୦୧୦ରେ ‘ସାରେଗାମାପା ରାଇଜିଂ ସୁପରଷ୍ଟାର’ରେ ଅଂଶଗ୍ରହଣ କରିଥିଲେ। ତାମିଲ ଫିଲ୍ମ ଇଣ୍ଡଷ୍ଟ୍ରିରୁ ସେ ନିଜ ଡେବ୍ୟୁଟ୍ କରିଥିଲେ। ଏବେ ସେ ଦେଶ ତଥା ଦେଶ ବାହାରେ ହେଉଥିବା ବିଭିନ୍ନ ମ୍ୟୁଜିକ୍ କନସର୍ଟରେ ଗୀତ ଗାଉଛନ୍ତି।

Comment