ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହାରାଷ୍ଟ୍ର ଓ ଛତିଶଗଡ଼ ଭଳି ଦେଶର କେତେକ ରାଜ୍ୟରେ କରୋନା ସଂକ୍ରମଣ ବଢ଼ିବା ପରେ ଓଡ଼ିଶାକୁ କରୋନା ଭୟ ଘାରିଲାଣି। ପୁଣିଥରେ ଯେମିତି ରାଜ୍ୟରେ ସଂକ୍ରମଣ ନବଢ଼ିବ ସେଥିପାଇଁ ସରକାର ପ୍ରସ୍ତୁତି ଆରମ୍ଭ କରିଛନ୍ତି। ରାଜ୍ୟରେ ଏବେ ସ୍କୁଲଗୁଡ଼ିକ ଖୋଲାଥିବାରୁ ଏଥିପ୍ରତି ବିଶେଷ ଦୃଷ୍ଟି ଦିଆଯାଇଛି। ସ୍କୁଲଗୁଡ଼ିକରେ କରୋନା କଟକଣା ପାଳନ ନେଇ ଗଣଶିକ୍ଷା ବିଭାଗ ପକ୍ଷରୁ ପଦକ୍ଷେପ ନିଆଯାଇଛି। ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀଙ୍କୁ ଏନେଇ ଗଣଶିକ୍ଷା ବିଭାଗ ଚିଠି ଲେଖିଛି।

ଏଥିରେ ସ୍କୁଲଗୁଡ଼ିକୁ ସାନିଟାଇଜ କରିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି। ଏହାସହିତ ସ୍କୁଲରେ ପାଠପଢ଼ା ବ୍ୟତୀତ କୌଣସି କାର୍ଯ୍ୟକ୍ରମ କରିବାକୁ ବାରଣ କରାଯାଇଛି। ସେହିପରି ମାସ୍କ ପିନ୍ଧିବା, ସାମାଜିକ ଦୂରତା ରକ୍ଷା କରିବା, ହାତ ଧୋଇବା, ସାନିଟାଇଜର, ଥର୍ମାଲ ସ୍କ୍ରିନିଂ ବ୍ୟବହାର କରିବା ବାଧ୍ୟତାମୂଳକ ବୋଲି କୁହାଯାଇଛି।

ଏସ୍‌ଆରସି ଯେଉଁ ଗାଇଡଲାଇନ ଜାରି କରିଛନ୍ତି ସମସ୍ତ ଶିକ୍ଷକ ଓ ଛାତ୍ରଛାତ୍ରୀ ତାକୁ ପାଳନ କରିବାକୁ କୁହାଯାଇଛି। ନିୟମ ନମାନିଲେ ଦଣ୍ଡବିଧାନ ହେବ ବୋଲି ମଧ୍ୟ ଚିଠିରେ ଚେତାଇ ଦିଆଯାଇଛି।

Comment