ଓଡ଼ିଶାଲାଇଭ୍ ବ୍ୟୁରୋ

କୋଲକାତାରେ ଆତଙ୍କ ଖେଳାଇଛି କାନାଇନ ପାରଭୋ ଭାଇରସ। ଏହି ଭାଇରସ କାରଣରୁ ଗତ ୩ ଦିନ ମଧ୍ୟରେ ପାଖାପାଖି ୨୫୦ କୁକୁରର ମୃତ୍ୟୁ ହୋଇଛି । ଏମାନଙ୍କ ମଧ୍ୟରେ ଛୋଟ କୁକୁର ଅଧିକ ମାତ୍ରାରେ ଥିବା ସୂଚନା ମିଳିଛି।

କୋଲକାତାର ବିଷ୍ଣୁପୁର ଅଞ୍ଚଳରେ କାନାଇନ ପାରଭୋ ଭାଇରସ ଖୁବ୍ ଦୃତ ଗତିରେ ସଂକ୍ରମଣ ହେବାରେ ଲାଗିଛି। ଏହି ଭାଇରସ ସିଧାସଳଖ ଭାବରେ ଗୋଟିଏ କୁକୁରଠାରୁ ଅନ୍ୟ କୁକୁରକୁ ବ୍ୟାପିଥାଏ। ତେଣୁ କୋଲକାତାର କୁକୁର ପ୍ରେମୀ ଓ କୁକୁର ମାଲିକଙ୍କ ମଧ୍ୟରେ ଭାଇରସକୁ ନେଇ ଭୟର ଆତଙ୍କ ଦେଖାଦେଇଛି।

ଅନ୍ୟପକ୍ଷରେ ସେଠାକାର ପଶୁ ଚିକିତ୍ସକଙ୍କ କହିବା ଅନୁସାରେ, କରୋନା ପାଇଁ କୁକୁରଙ୍କୁ ଟିକା ଦିଆଯାଇନଥିବାରୁ ଏହି ଭାଇରସ ଏବେ ବ୍ୟାପିବାରେ ଲାଗିଛି। ଲକ୍‌ଡାଉନ କାରଣରୁ ଲୋକ ଘରେ ରହୁଥିବାରୁ ତାଙ୍କ ପୋଷା କୁକୁରଙ୍କୁ ପାରଭୋ ଟିକା ଦେଇପାରିନଥିଲେ। ଫଳରେ ପରବର୍ତ୍ତୀ ସମୟରେ ଏହି ଭାଇରସ ବ୍ୟାପିବାରେ ଲାଗିଛି।

କାନାଇନ ପାରଭୋ ଭାଇରସ ଓ ଲକ୍ଷଣ :

ଋତୁ ପରିବର୍ତ୍ତନ ହେବା ସମୟରେ କୁକୁରଙ୍କ ଠାରେ ଏହି ଭାଇରସ ଦେଖା ଦେଇଥାଏ, କିନ୍ତୁ ପୂର୍ବରୁ ଯେଉଁ କୁକୁରଙ୍କୁ ଏହି ଭାଇରସ ପାଇଁ ଟିକା ଦିଆଯାଇଥିବ, ସେମାନେ ଭାଇରସ ସସ୍ପର୍ଶରେ ଆସିଲେ ମଧ୍ୟ ସଂକ୍ରମିତ ହେବାର ସମ୍ଭାବନା ଟିକେ କମ୍ ରହିଛି। କୁକୁରଙ୍କୁ ଡାଇରିଆ ହେବା, କାଶରେ ବ୍ଲଡ ଆସିବା, ବାନ୍ତି ହେବା ହେଉଛି ଏହି ରୋଗର ଲକ୍ଷଣ।

Comment