ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ଆଜିକାଲି ତାଙ୍କର ଆଗାମୀ ଫିଲ୍ମ ‘ରୁହି’କୁ ନେଇ ଚର୍ଚ୍ଚାରେ ଅଛନ୍ତି। ଏଥିରେ ଜାହ୍ନବୀଙ୍କ ବିପକ୍ଷରେ ରାଜକୁମାର ରାଓ ଏବଂ ବରୁଣ ଶର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଛନ୍ତି। ନିକଟରେ ଫିଲ୍ମର ଟ୍ରେଲର ରିଲିଜ ହୋଇଥିଲାବେଳେ ଏବେ ଫିଲ୍ମର ପ୍ରଥମ ଗୀତ ‘ପନଘାଟ’ ସାମ୍ନାକୁ ଆସିଛି। ୟୁଟ୍ୟବୁରେ ଏହି ଗୀତକୁ ଦର୍ଶକ ବେଶ୍‌ ପସନ୍ଦ କରିଛନ୍ତି।

ଜାହ୍ନବୀ କପୁର ଏହି ଗୀତର ଟିଜରକୁ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି। ଏହି ଗୀତରେ ଜାହ୍ନବୀ ରାଜକୁମାର ରାଓ ଏବଂ ବରୁଣଙ୍କ ସହ ନାଚୁଥିବା ନଜର ଆସିଛନ୍ତି। ରାଜକୁମାର ସହିତ ଜାହ୍ନବୀଙ୍କର ଏହା ହେଉଛି ପ୍ରଥମ ଫିଲ୍ମ।

ଜାହ୍ନବୀ କପୁର, ରାଜକୁମାର ଏବଂ ବରୁଣ ଶର୍ମାଙ୍କ ଅଭିନୀତ ଏହି ଫିଲ୍ମ ମାର୍ଚ୍ଚ ୧୧ରେ ରିଲିଜ ହେବ। ଏହି ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇଛନ୍ତି ହାର୍ଦ୍ଦିକ ମେହେଟ୍ଟା। ୨୦୧୯ରୁ ଏହି ଫିଲ୍ମର ଘୋଷଣା ହୋଇଥିଲା।  ଗତ ବର୍ଷ ଜୁନ୍ ମାସରେ ଏହି ଫିଲ୍ମ ରିଲିଜ୍ ହେବାର ଥିଲା, କିନ୍ତୁ ମହାମାରୀ କରୋନା କାରଣରୁ ଫିଲ୍ମର ରିଲିଜ୍ ସ୍ଥଗିତ ରଖାଯାଇଥିଲା।

Comment