ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋnia sharma

ରାତି ଅଧରେ ରାସ୍ତାରେ ଡ୍ୟାନ୍ସ କରିବା ପଡ଼ିଲା ମହଙ୍ଗା। ରାସ୍ତାରେ ଗାଡ଼ି ରଖି ଡ୍ୟାନ୍ସ କରି ଟ୍ରୋଲ ହେଲେ ଟିଭି ବୋଲ୍ଡ ଅଭିନେତ୍ରୀ ନିଆ ଶର୍ମା। ନିଆଙ୍କ ବୋଲ୍ଡ ଡ୍ୟାନ୍ସ ସୋସିଆଲ ମିଡିଆରେ ବେଶ ଟ୍ରୋଲ ହେବାରେ ଲାଗିଛି।

ଟିଭି ଅଭିନେତ୍ରୀ ନିଆ ଶର୍ମା ତାଙ୍କ ବୋଲ୍ଡ ଲୁକ୍ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଆସିଛନ୍ତି। ସେ ପୁଣିଥରେ ଏକ ଡ୍ୟାନ୍ସ ଭିଡିଓ ପୋଷ୍ଟ କରି ଚର୍ଚ୍ଚାର ପରିସରକୁ ଆସିଛନ୍ତି। ନିଜର ବାନ୍ଧବୀଙ୍କ ସହ ମୁମ୍ବାଇ ରାସ୍ତାରେ ଡ୍ୟାନ୍ସ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ ନିଆ ଶର୍ମା। ତାଙ୍କ ଫ୍ୟାନ୍ସମାନେ ଏହି ଭିଡିଓକୁ ବେଶ ପସନ୍ଦ କରିଥିବାବେଳେ, କିଛି ସୋସିଆଲ ମିଡିଆ ୟୁଜର ଏହାକୁ ଟ୍ରୋଲ କରିଛନ୍ତି। ଭିଡିଓରେ ସେ କଳା ରଙ୍ଗର ପୋଷାକ ପିନ୍ଧି ଡ୍ୟାନ୍ସ କରୁଥିବା ଦେଖିବାକୁ ମିଳିଛି।

ଜି ଟିଭିରେ ପ୍ରସାରିତ ‘ଜମାଇ ରାଜା’ ଧାରାବାହିକ କରି ଟିଭି ପରଦାରେ ସଫଳତା ସାଉଣ୍ଟିଥିଲେ ନିଆ। ପରେ ତାଙ୍କ ଦ୍ୱାରା ଅଭିନୀତ ଧାରାବାହିକ ‘ଏକ ହଜାରୋ ମେ ମେରି ବେହନା ହେ’, ‘ନାଗିନ’, ‘ଖତ୍ରୋ କେ ଖିଲାଡ଼ି’ ଇତ୍ୟାଦିରେ ନିଆଙ୍କ ଅଭିନୟକୁ ଦର୍ଶକ ପସନ୍ଦ କରିଥିଲେ। ୱେବ ସିରିଜ୍ ‘ଟ୍ୱିଷ୍ଟ’ରେ ମଧ୍ୟ ନିଆଙ୍କ ଅଭିନୟ ଦମ୍ଦାର ଥିଲା। ଓଟିଟି ପ୍ଲାଟଫର୍ମରେ ନିଆଙ୍କ ଅଭିନୀତ ‘ଜମାଇ ରାଜା-୨’ ରିଲିଜ ହୋଇଛି। ଏଥିରେ ନିଆଙ୍କ ସହ ନଜର ଆସିଛନ୍ତି ଅଭିନେତା ରବି ଦୁବେ। ଜମାଇ ରାଜା-୨ରେ ନିଆଙ୍କ ବୋଲ୍ଡ ଲୁକ୍ କୁ ଦର୍ଶକ ପସନ୍ଦ କରିଛନ୍ତି।

Comment